ନୂଆଦିଲ୍ଲୀ,୨୫-୧୦(ପି.ଟି.):ହରିୟାଣାରେ ଭାଜପା ସରକାର ଗଠନ କରିବ ବୋଲି ଦଳର ଅଧ୍ୟକ୍ଷ ଅମିତ୍ ଶାହ ସଙ୍କେତ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ରାଜ୍ୟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ସମସ୍ତ ପ୍ରକାର ଉଦ୍ୟମ କରିଛନ୍ତି। ଭାଜପାକୁ ଏକକ ସଂଖ୍ୟାଗରିଷ୍ଠ ଦଳର ମାନ୍ୟତା ଦେଇଥିବାରୁ ହରିୟାଣାବାସୀଙ୍କୁ ଧନ୍ୟବାଦ ବୋଲି ଶାହ ଟୁଇଟ୍ କରିଛନ୍ତି। ଏହାସହ ସେ ଖଟ୍ଟର ଓ ରାଜ୍ୟ ଭାଜପା ସଭାପତି ସୁଭାଷ ବରାଲାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।