ନୂଆଦିଲ୍ଲୀ,୨୫।୭: କର୍ନାଟକରେ ମେଣ୍ଟ ସରକାରର ପତନ ପରେ ଏବେ ଭାଜପା ସେଠାରେ ସରକାର ଗଢିବ ବୋଲି ଲାଗିଛି। ହେଲେ ଏଥିରେ କାହାକୁ କେଉଁ ଦାୟିତ୍ୱ ମିଳିବ ତାହା ଦିଲ୍ଲୀର ବିନା ଅନୁମତିରେ ସମ୍ଭବ ନୁହେଁ। ସେଥିପାଇଁ କର୍ନାଟକର ଭାଜପା ନେତାମାନେ ସୋମବାର ନୂଆଦିଲ୍ଲୀରେ ପହଞ୍ଚି ଦଳ ଅଧ୍ୟକ୍ଷ ତଥା ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଓ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସାକ୍ଷାତ୍ କରିଛନ୍ତି। ଭାଜପା ନେତା ଜଗଦୀଶ ଶେଟ୍ଟାର କହିଛନ୍ତି ପୁଣିଥରେ ଏମାନେ ଅପରାହ୍ନ ୩ଟାରେ ଆଲୋଚନା କରିବେ। ଏହାପରେ କର୍ନାଟକ ରାଜନୀତିକୁ ନେଇ ସଂସଦୀୟ ବୋର୍ଡ ବୈଠକରେ ଚୁଡାନ୍ତ ନଷ୍ପତ୍ତି ନିଆଯିବ। ସୂଚନାଯୋଗ୍ୟ, ଗତ ମଙ୍ଗଳବାର କଂଗ୍ରେସ ଜେଡିଏସ୍ ମେଣ୍ଟ ସରକାର ଭାଙ୍ଗିଯିବା ପରେ ଏଚ୍ଡି କୁମାରସ୍ବାମୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଅନ୍ୟପଟେ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ପଦ ଲାଗି ଆଶାୟୀ ବୋଲି ପରୋକ୍ଷରେ କହିଥିଲେ।