Categories: ଜାତୀୟ

ସରକାର ଗଢ଼ିବାକୁ ଭାଜପାକୁ ରାଜ୍ୟପାଳଙ୍କ ଆମନ୍ତ୍ରଣ

ମୁମ୍ବାଇ,୧୦ା୧୧(ପି.ଟି.): ମହାରାଷ୍ଟ୍ରରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ୧୫ ଦିନ ବିତିଥିଲେ ମଧ୍ୟ ସରକାର ଗଠନ ନେଇ ଅଚଳାବସ୍ଥା ଲାଗି ରହିଛି। ଏକକ ସଂଖ୍ୟାଗରିଷ୍ଠ ଦଳ ଭାଜପା ସରକାର ଗଢ଼ିବାକୁ ଆଗ୍ରହୀ ଏବଂ ସମର୍ଥ କି ନୁହେଁ ତାହା ଜଣାଇବାକୁ ରାଜ୍ୟପାଳ ଭଗତ ସିଂ କୋଶିୟାରୀ ଶନିବାର ଆମନ୍ତ୍ରଣ କରିଛନ୍ତି। ୨୨୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ଭାଜପାକୁ ୧୦୫ ଆସନ ମିଳିଥିବାବେଳେ ଶିବସେନା ୫୬ ଆସନରେ ବିଜୟୀ ହୋଇଛି। ତେବେ ୫୦-୫୦ ସୂତ୍ରରେ କ୍ଷମତା ବଣ୍ଟନ ଦାବିରେ ସହଯୋଗୀ ଶିବସେନା ଅଟଳ ରହିଥିବାରୁ ସରକାର ଗଠନ ହୋଇପାରୁନାହିଁ। ରବିବାର ଭାଜପା କୋର୍‌ କମିଟି ବୈଠକ ବସି ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ନିଷ୍ପତ୍ତି ନେବ ବୋଲି ଦଳର ରାଜ୍ୟ ସଭାପତି ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି। ଶନିବାର ଆଡଭୋକେଟ ଜେନେରାଲ ଆଶୁତୋଷ କୁମ୍ଭକୋନି ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟିଥିଲେ। ଶନିବାର ମଧ୍ୟରାତ୍ରରେ ବିଧାନସଭା କାର୍ଯ୍ୟକାଳ ଶେଷ ହୋଇଛି।

Share