Categories: ଜାତୀୟ

ସରକାର ଚାହିଁଲେ ପିଓକେ ଭାରତରେ ମିଶିଯିବ: ସେନା ମୁଖ୍ୟ

ନୂଆଦିଲ୍ଲୀ,୧୧।୧: ସେନା ମୁଖ୍ୟ ମନୋଜ ମୁକୁନ୍ଦ ନରଓ୍ବଣେ ଶନିବାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ସରକାର ଯଦି ନିର୍ଦ୍ଦେଶ ଦିଅନ୍ତି ତେବେ ପାକ୍‌ ଅଧିକୃତ କଶ୍ମୀର(ପିଓକେ)କୁ ସେ ଭାରତରେ ମିଶାଇ ଦେବେ। ସେ ଆହୁରି ମଧ୍ୟ କହିଛନ୍ତି ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ଗଠନ ଏକ ବଡ ପଦକ୍ଷେପ। ଭବିଷ୍ୟତରେ ଏହାଦ୍ୱାରା ଯେ କେବଳ ଅପରେଶନରେ ସୁବିଧା ହେବ ତା ନୁହେଁ ସେନାଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ଭଲ ରହିବ। ତାଙ୍କ ମତରେ ଯବାନ ହେଉଛନ୍ତି ସବୁଠାରୁ ବଡ ଶକ୍ତି ଭବିଷ୍ୟତରେ ଏମାନଙ୍କ ପ୍ରଶିକ୍ଷଣ ଉପରେ ବିଶେଷ ଧ୍ୟାନ ଦିଆଯିବ।

Share