ସରକାର ବିରୋଧୀ ବିକ୍ଷୋଭର ୪ ମାସ ପରେ : ହଂକଂରେ ଫେସ୍‌ ମାସ୍କ ନିଷିଦ୍ଧ

ହଂକଂ,୫ା୧୦: ହଂକଂରେ ପ୍ରତ୍ୟର୍ପଣ ବିଲ୍‌ ବିରୋଧରେ ଗତ ଜୁନ୍‌ରେ ଆରମ୍ଭ ହୋଇଥିବା ସରକାର ବିରୋଧୀ ବିକ୍ଷୋଭକୁ ୪ ମାସ ବିତିଛି। ସରକାର ଗତମାସରେ ଏହି ବିବାଦୀୟ ବିଲ୍‌କୁ ପ୍ରତ୍ୟାହାର କରିନେଇଥିଲେ ହେଁ ଜଳୁଥିବା ନିଆଁ ଲିଭୁନାହିଁ। ଅଦ୍ୟାବଧି ୧୭୫୦ ବିକ୍ଷୋଭକାରୀଙ୍କୁ ଅଟକ କିମ୍ବା ଗିରଫ କରାଯାଇଛି। ସେମାନଙ୍କୁ ମୁକ୍ତ କରିବା, ପୋଲିସ ବର୍ବରତାର ନିରପେକ୍ଷ ତଦନ୍ତ, ମୁଖ୍ୟ କାର୍ଯ୍ୟନିର୍ବାହୀ ନିର୍ବାଚନକୁ ପ୍ରତ୍ୟକ୍ଷ କରି ସାବାଳକଙ୍କୁ ମତଦାନ ଅଧିକାର ପ୍ରଦାନ ଆଦି ଦାବିରେ ରାସ୍ତାକୁ ଓହ୍ଲାଇଥିବା ଆନ୍ଦୋଳନକାରୀ ପଛଘୁଞ୍ଚା ଦେବାର ନାଁ ଧରୁନାହାନ୍ତି। ଏହି ସ୍ଥଳେ ଚାଇନାର ୭୦ତମ ଜାତୀୟ ଦିବସ ପାଳନର ଦୁଇଦିନ ପରେ ହଂକଂରେ ଫେସ୍‌ ମାସ୍କକୁ ନିଷେଧ କରାଯାଇଛି। ହଂକଂରେ ସରକାର ବିରୋଧୀ ବିକ୍ଷୋଭ ଚତୁର୍ଥ ମାସରେ ପହଞ୍ଚତ୍ଥିବାବେଳେ ଫେସ୍‌ ମାସ୍କ (ମୁଖାବରଣ)କୁ ନିଷିଦ୍ଧ ଘୋଷଣା କରାଯାଇଛି। ହଂକଂ ମୁଖ୍ୟ କାର୍ଯ୍ୟନିର୍ବାହୀ କେରି ଲାମ୍‌ ଶୁକ୍ରବାର ଏକ ପୁରୁଣାକାଳିଆ ଜରୁରୀ ଆଇନ ବଳରେ ଏହା ଉପରେ କଟକଣା ଜାରି ଆନ୍ଦୋଳନକୁ ଚପାଇବା ଉଦ୍ୟମ କରିଛନ୍ତି। ଚାଇନାର ଅର୍ଦ୍ଧ ସ୍ବୟଂଶାସିତ କ୍ଷେତ୍ର ହଂକଂ ଉପରେ ଅଧିପତ୍ୟ ଜାହିର କରୁଥିବା ବେଜିଂ ଏହି ନିଷ୍ପତ୍ତିକୁ ‘ଅତ୍ୟନ୍ତ ଜରୁରୀ’ ଭାବେ ଅଭିହିତ କରି ସମର୍ଥନ କରିଥିବାବେଳେ ପ୍ରତିବାଦରେ ବିକ୍ଷୋଭକାରୀ ରାଜରାସ୍ତାକୁ ଓହ୍ଲାଇଛନ୍ତି।
ଫେସ୍‌ ମାସ୍କକୁ ନିଷିଦ୍ଧ ଘୋଷଣା କରି କରି ଲାମ୍‌ କହିଛନ୍ତି, ଅକ୍ଟୋବର ୧ରେ ବିକ୍ଷୋଭ ବେଳେ ବ୍ୟାପକ ହିଂସା ଦେଖିବାକୁ ମିଳିଥିବାରୁ ଏହି ପଦକ୍ଷେପ ନିଆଯାଇଛି। ପରିସ୍ଥିତିକୁ ଅଧିକ ଖରାପରୁ ଖରାପ ହେବାକୁ ଦିଆଯାଇ ପାରିବ ନାହିଁ। ଏହା ସହରକୁ ଧ୍ୱଂସ କରିବାରେ ଲାଗିଥିବାରୁ ଏପରି ନିଷ୍ପତ୍ତି ନେବାକୁ ସେ ବାଧ୍ୟ ହୋଇଛନ୍ତି। ଶନିବାରଠାରୁ ଏହି ଆଇନ କାର୍ଯ୍ୟକାରୀ ହେବ। ଏହାର ବୈଧତା ପାଇଁ ବ୍ୟବସ୍ଥାପିକାର ସହଯୋଗ ନିଆଯିବ ବୋଲି ସେ କହିଛନ୍ତି। ସେହପରି ଚାଇନାର ହଂକଂ ଓ ମକାଓ ବ୍ୟାପାର ମୁଖପାତ୍ର ୟାଙ୍ଗ୍‌ ଗୁଆଙ୍ଗ୍‌ କହିଛନ୍ତି, ହଂକଂରେ ଅନିର୍ଦ୍ଦିଷ୍ଟ କାଳ ଯାଏ ଅରାଜକତା ଚାଲିପାରିବ ନାହିଁ। ହିଂସା ବନ୍ଦ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମୟ ଆସିଛି। ତେଣୁ ଫେସ୍‌ ମାସ୍କ ଉପରେ କଟକଣା ଯଥାର୍ଥ। ସେପଟେ ଏହି ଘୋଷଣା ପରେ ବିକ୍ଷୋଭକାରୀମାନେ ଏହାକୁ ଅବଜ୍ଞା କରି ରାସ୍ତାକୁ ଓହ୍ଲାଇଛନ୍ତି। ହଜାର ହଜାର ବିକ୍ଷୋଭକାରୀ ମୁଖାବରଣ ପିନ୍ଧି ସରକାରଙ୍କୁ ସମାଲୋଚନା କରିଛନ୍ତି। ସେଣ୍ଟ୍ରାଲ ବିଜିନେସ ଡିଷ୍ଟ୍ରିକ୍‌ ଓ ଅନ୍ୟ ଅଞ୍ଚଳରେ ସେମାନେ ‘ହଂକଂବାସୀ ବିରୋଧ କର’ ବୋଲି ସ୍ଲୋଗାନ ଦେଇଛନ୍ତି। ଫେସ୍‌ ମାସ୍କକୁ ନିଷିଦ୍ଧ କରାଯିବା ମାତ୍ରେ ଦୁଇଜଣ ବିକ୍ଷୋଭକାରୀ ହାଇକୋର୍ଟରେ ଏହାକୁ ଚ୍ୟାଲେଞ୍ଜ କରିଛନ୍ତି। ଏହା ଲୋକଙ୍କ ମଧ୍ୟରେ ଭୟ ସଂଚାର କରିବା ସହ ସେମାନଙ୍କ ବାକ୍‌ ସ୍ବାଧୀନତା ଓ ଏକତ୍ରିତ ହେବାର ଅଧିକାରକୁ କ୍ଷୂଣ୍ଣ କରିବ ବୋଲି ସେମାନେ ଦାଏର କରିଥିବା ପିଟିଶନରେ ଉଲ୍ଲେଖ କରିଛନ୍ତି। କାରଣ ସାଧାରଣ ସମାଗମସ୍ଥଳରେ ମୁଖାବରଣ ପିନ୍ଧିଥିବା ବା ମୁହଁରେ ପେଣ୍ଟିଂ କରିଥିବା ବ୍ୟକ୍ତିଙ୍କୁ ୧ ବର୍ଷ ଜେଲ ଦଣ୍ଡାଦେଶର ବ୍ୟବସ୍ଥା ରହିଛି। ସେହିପରି ଚିହ୍ନଟ ପାଇଁ ଫେସ୍‌ ମାସ୍କ ହଟାଇବାକୁ ପୋଲିସର ନିର୍ଦ୍ଦେଶ ନ ମାନିଲେ ୬ ମାସ ଜେଲ ହୋଇପାରେ। ତେବେ ସ୍ବାସ୍ଥ୍ୟ କିମ୍ବା ଧାର୍ମିକ କାରଣରୁ ମାସ୍କ ପିନ୍ଧିଥିବା ପ୍ରମାଣ ଦେଇପାରିଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆଇନତଃ ଅନୁମତି ମିଳିବ। ସରକାର ଆମକୁ ଉତ୍ତେଜିତ କରିବାକୁ ଉଦ୍ୟମ କରୁଛନ୍ତି। ସେମାନେ ୧ ଲକ୍ଷ ଜଣଙ୍କୁ ରାସ୍ତାରେ ଗିରଫ କରିପାରିବେ କି ବୋଲି ଲୁଇ ନାମକ ଜଣେ ବିକ୍ଷୋଭକାରୀ ପ୍ରଶ୍ନ କରିଛନ୍ତି।
ଏହି ବିବାଦୀୟ ନିଷେଧାଦେଶକୁ କାର୍ଯ୍ୟକାରୀ କରିବା କଠିନ ହେବ ବୋଲି ବିଶ୍ଳେଷକମାନେ କହିଛନ୍ତି। ସେହିପରି ସମାଲୋଚକମାନେ ଏହାକୁ ଅନେକ ନିର୍ଦ୍ଦୟ ପଦକ୍ଷେପ ମଧ୍ୟରୁ ପ୍ରଥମ ଉପାୟ ଏବଂ ଆଗକୁ ଆଇନ ନାମରେ ଏକାଧିକ କଟକଣା ଜାରି ହୋଇପାରେ ବୋଲି ଚେତାଇଦେଇଛନ୍ତି। ଇତିମଧ୍ୟରେ ବ୍ରିଟେନ ବହିର୍ବ୍ୟାପାର ସଚିବ ଡୋମିନିକ୍‌ ରାବ୍‌ ରାଜନୈତିକ ଆଲୋଚନା ଜରିଆରେ ସମସ୍ୟାର ସମାଧାନ ପାଇଁ ପ୍ରସ୍ତାବ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନୀତା ଓ୍ବିଲିୟମ୍ସଙ୍କୁ କେତେ ମିଳେ ଦରମା? ଏପରି ରିସ୍କ କଭର୍‌ ପାଇଁ ନାସା ଦିଏ ସ୍ପେଶାଲ…

ଓ୍ବାଶିଂଟନ୍‌,୨୧।୧୨: କୁହାଯାଏ କି ମହାକାଶଚାରୀମାନେ ଦୁନିଆର ସବୁଠାରୁ ସାହସୀ ଲୋକମାନଙ୍କ ମଧ୍ୟରୁ ଜଣେ, ଯେଉଁମାନେ ପୃଥିବୀର ମାଧ୍ୟାକର୍ଷଣକୁ ଚ୍ୟାଲେଞ୍ଜ କରି ମହାକାଶକୁ ଯାତ୍ରା କରନ୍ତି। ଏହିପରି...

ଭାରତ ପଛରେ ୟୁନୁସ୍‌ ସରକାର କରୁଛନ୍ତି ଏମିତି…

କାଇରୋ,୨୧ା୧୨: ବାଂଲାଦେଶର ଅନ୍ତରୀଣ ନେତା ମହମ୍ମଦ ୟୁନୁସ୍‌ ପାକିସ୍ତାନ ସହ ସମ୍ପର୍କ ସୁଦୃଢ଼ କରିବାକୁ ଚାହାନ୍ତି ବୋଲି କହିଛନ୍ତି। ତାଙ୍କର ଏଭଳି ମନ୍ତବ୍ୟରୁ ଭାରତ ସହ...

ଆମେରିକାରେ ହେବ ଶଟ୍‌ଡାଉନ୍‌ ! ସରକାର ଅଫିସ୍‌ ହୋଇଯିବ ବନ୍ଦ…

ଓ୍ବାଶିଂଟନ୍‌, ୨୦।୧୨: ଆମେରିକା ବର୍ତ୍ତମାନ ଏକ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଦେଶରେ ସରକାରୀ କର୍ମଚାରୀଙ୍କୁ ଦରମା ଦେବା ପାଇଁ ପର୍ଯ୍ୟାପ୍ତ ଅର୍ଥ...

ଭାରତ ସହ ଶତ୍ରୁତା, ପାକିସ୍ତାନକୁ କୋଳଗ୍ରତ କରୁଛି ବାଂଲାଦେଶ

ଢାକା,୨୦।୧୨: ଗୋଟିଏ ପଟେ ବାଂଲାଦେଶ ଭାରତ ବିରୋଧରେ ପ୍ରତ୍ୟେକ ପଦକ୍ଷେପ ନେଉଥିବା ବେଳେ ଅନ୍ୟ ପଟେ ପଡୋଶୀ ଦେଶ ପାକିସ୍ତାନ ସହ ସମ୍ପର୍କ ସୁଦୃଢ କରୁଛି।...

ସ୍ତ୍ରୀଙ୍କୁ ନିଶା ଦେଇ ୫୦ ଜଣଙ୍କ ଦ୍ୱାରା ବଳାତ୍କାର କଲେ ସ୍ବାମୀ

ପ୍ୟାରିସ୍‌,୨୦।୧୨:ଦକ୍ଷିଣ-ପୂର୍ବ ଫ୍ରାନ୍ସର ଆଭିଗ୍ନନ ସହରରୁ ଆସିଥିବା ଏକ ବଳାତ୍କାର ମାମଲା ସାରା ବିଶ୍ୱକୁ ଚକିତ କରିଛି। ଏହି ମାମଲାରେ ୫୧ ଜଣ ଅଭିଯୁକ୍ତଙ୍କୁ ଆଭିଗ୍ନନର ଏକ...

‘ଅଶ୍ଳୀଳ ଭିଡିଓ ଅପେକ୍ଷା ଅଧିକ ଆକର୍ଷଣୀୟ କିଛି ଆବଶ୍ୟକ’: ବିକଳ୍ପ ପାଇଁ ଆହ୍ୱାନ ଦେଲେ ପୁଟିନ

ନୂଆଦିଲ୍ଲୀ,୧୯।୧୨: ରୁଷିଆଭି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗୁରୁବାର ପର୍ଣ୍ଣ ସାଇଟଗୁଡିକର ବିକଳ୍ପ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଧ୍ୟାନ ଆକର୍ଷଣ କରିବା ପାଇଁ...

ୟେମେନ୍‌ରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌

ଦୁବାଇ,୧୯ା୧୨: ଇସ୍ରାଏଲ୍‌ର କେନ୍ଦ୍ରୀୟ ଅଞ୍ଚଳକୁ ଟାର୍ଗେଟ କରି ହୁଟି ବିଦ୍ରୋହୀ କ୍ଷେପଣାସ୍ତ୍ର ମାଡ଼ କରିବା ପରେ ଜେରୁଜେଲମ୍‌ ପକ୍ଷରୁ ଗୁରୁବାର ଏହି ସଂଗଠନ ନିୟନ୍ତ୍ରଣରେ ଥିତ୍ବା...

PM ମୋଦି ମୋର ବନ୍ଧୁ…ପୁଟିନ କହିଲେ ‘ତାଙ୍କ ସହ ଚା’ ପିଇବାକୁ…

ମସ୍କୋ,୧୯।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ। ମୋଦି ତାଙ୍କର ଜଣେ ଭଲ ବନ୍ଧୁ। ବିଶ୍ୱର ରାଜନୈତିକ ନେତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri