Categories: ଜାତୀୟ

ସରକାର ରାହୁଲଙ୍କ ବିରୋଧରେ ଆପରାଧିକ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ: ରଞ୍ଜିତ ସଭରକର

ନୂଆଦିଲ୍ଲୀ,୧୫।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ରେପ୍‌ ଇନ୍‌ ଇଣ୍ଡିଆ’ ବୟାନକୁ ନେଇ ବିବାଦ ଥମୁନାହିଁ। ଏବେ ଏହି କଥା ଦେଶପ୍ରେମୀ ବୀର ସଭରକରଙ୍କ ପର୍ଯ୍ୟନ୍ତ ପହଞ୍ଚିଲାଣି। ଗୋଟିଏ ଦିନ ପୂର୍ବରୁ ରାହୁଲ କହିଥିଲେ ଯେ ସେ ରାହୁଲ ସଭରକର ନୁହନ୍ତି, ରାହୁଲ ଗାନ୍ଧୀ। ଏବେ ରାହୁଲଙ୍କ ଏଭଳି ମନ୍ତବ୍ୟ ପାଇଁ ସରକାର ତାଙ୍କ ବିରୋଧରେ ଆପରାଧିକ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ସଭରକରଙ୍କ ନାତି ରଞ୍ଜିତ ସଭରକର କହିଛନ୍ତି। କାରଣ ସେ ବୀର ସଭରକରଙ୍କ ଅପମାନ କରିଛନ୍ତି ବୋଲି ରଞ୍ଜିତ ପ୍ରକାଶ କରିଛନ୍ତି। ପୂର୍ବରୁ ମଧ୍ୟ ସେ କହିଥିଲେ ଯେ ସତରେ ଯଦି ରାହୁଲଙ୍କ ନାଁରେ ସଭରକର ଲାଗିଥାଆନ୍ତା ତେବେ ଆମକୁ ଲାଜ ଲାଗିଥାଆନ୍ତା।

Share