Categories: ଫୁରସତ

ସରନେମ୍‌ ବ୍ୟବହାର ପାଇଁ ବିବାହରେ କଏନ୍‌ ଟସ୍‌ କଲେ ଦମ୍ପତି…

ସାଧାରଣତଃ ବିବାହ ପରେ ସ୍ବାମୀଙ୍କ ସରନେମ୍‌ ସ୍ତ୍ରୀମାନେ ବ୍ୟବହାର କରିଥାନ୍ତି। ତେବେ ନିକଟରେ ଫ୍ଲୋରିଡ଼ାରେ ଏକ ରୋଚକ ଘଟଣା ଘଟିଛି। କନ୍ୟାବର ବିବାହ କରିବାକୁ ଚର୍ଚ୍ଚରେ ପହଞ୍ଚିଥିଲେ। ସେଠାରେ ବିବାହ ପରେ କିଏ କାହାର ସରନେମ୍‌ ବ୍ୟବହାର କରିବ ସେ ନେଇ କଏନ୍‌ ଟସ୍‌ କରାଯାଇଥିଲା। ଏବେ ଏହି ଘଟଣା ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ବିବାହ କରିବାକୁ ଚର୍ଚ୍ଚରେ ପହଞ୍ଚିଥିବା ବର ଜେଫ୍‌ କୋନ୍‌ଲେ ଏବଂ କନ୍ୟା ଡାର୍ସୀ ଓ୍ବାର୍ଡ ଏପରି କରିଛନ୍ତି। ବିବାହ ପରେ କାହାର ସରନେମ୍‌ ବ୍ୟବହାର କରାଯିବ ସେନେଇ ଏକ କଏନ୍‌ର ଉଭୟ ପାର୍ଶ୍ୱରେ ଡାର୍ସୀ ଏବଂ ଜେଫ୍‌ ଲେଖାଯାଇ ଏହାକୁ ଟସ୍‌ କରାଯାଇଥିଲା। ଏଥିରେ ଫଳାଫଳ ଭାବେ ଡାର୍ସୀଙ୍କ ସରନେମ୍‌ ଆସିଥିଲା। ତେଣୁ ନବବିବାହିତ ଯୋଡ଼ା ସେମାନଙ୍କ ସରନେମ୍‌ରେ ଡାର୍ସୀ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଥିଲେ। ଉପସ୍ଥିତ ବନ୍ଧୁବାନ୍ଧବ ଓ ପରିବାର ବର୍ଗ ସେମାନଙ୍କୁ ମିଷ୍ଟର ଓ ମିଷ୍ଟ୍ରେସ୍‌ ଡାର୍ସୀ ଭାବେ ଅଭିନନ୍ଦନ ଜଣାଇଥିଲେ। ଜେଫ୍‌ ଫ୍ଲୋରିଡ଼ା କଲେଜରେ ଅର୍ଥଶାସ୍ତ୍ର ପ୍ରଫେସର ଭାବେ କାର୍ଯ୍ୟ କରୁଥିବାବେଳେ ଡାର୍ସୀ ଜଣେ ନର୍ସ ଭାବରେ ସ୍ଥାନୀୟ ହସ୍ପିଟାଲରେ ଲୋକଙ୍କ ସେବା କରୁଛନ୍ତି।

Share