Categories: ଯାଜପୁର

ସରପଞ୍ଚଙ୍କ ବଦାନ୍ୟତାସୁନା, ଟଙ୍କା ଥିବା ବ୍ୟାଗ୍‌ ପାଇ ଫେରାଇଲେ

ଧର୍ମଶାଳା,୧୨ା୬(ଡି.ଏନ୍‌.ଏ.)- ରାସ୍ତାରେ ପଡିଯାଇଥିବା ସୁନା ଓ ଟଙ୍କା ଥିବା ବ୍ୟାଗ୍‌ ପାଇ ମଙ୍ଗଳବାର ଧର୍ମଶାଳା ବ୍ଲ୍ଳକ ପାଟପୁର ପଞ୍ଚାୟତ ସରପଞ୍ଚ ଫେରାଇ ନିଜର ବୈଦାନ୍ୟତା ଦେଖାଇଛନ୍ତି। ତାଙ୍କର ଏହି ବୈଦାନ୍ୟତା ଧର୍ମଶାଳା ଅଞ୍ଚଳରେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। ପ୍ରକାଶ ଯେ, ପାଟପୁର ପଞ୍ଚାୟତ ସରପଞ୍ଚ ନଗେନ୍‌ କୁମାର ନାୟକ କୌଣସି ଏକ କାମରେ ଜାରକା ଆସିଥିଲେ। ଏହି ସମୟରେ ତାରିଣୀ ଅଟୋ ଗ୍ୟାରେଜ ସମ୍ମୁଖ ରାସ୍ତାରେ ଏକ ଭ୍ୟାନିଟ୍‌ ବ୍ୟାଗ୍‌ ପଡିଥିବା ଦେଖିଥିଲେ। ବ୍ୟାଗକୁ ଯାଞ୍ଚ କରିବା ପରେ ସେଥିରେ ଏକ ସୁନାଚେନ୍‌, ଲକେଟ୍‌, ପାଉଁଜି, ୭୫୦ ଟଙ୍କା ଓ ଏଟିଏମ୍‌ କାର୍ଡ ଥିବା ଦେଖିଥିଲେ। ଏଟିଏମ୍‌ କାର୍ଡରୁ ବ୍ୟାଗଟି ସ୍ଥାନୀୟ ତରାପୁର ଗ୍ରାମର ସେକ୍‌ ଆୟୁବଙ୍କ ସ୍ତ୍ରୀ ଅଫ୍‌ସାନା ବେଗମ୍‌ଙ୍କ ବୋଲି ଜଣାପଡିଥିଲା। ଅଫ୍‌ସାନା ବେଗମ୍‌ଙ୍କୁ ସରପଞ୍ଚ ନଗେନ୍‌ ଫୋନଯୋଗେ ଯୋଗାଯୋଗକରି ବ୍ୟାଗ୍‌ଟି ପାଇଥିବା କହିଥିଲେ। ପରେ ସ୍ଥାନୀୟ ଅଞ୍ଚଳର କେତେଜଣ ଲୋକଙ୍କ ଉପସ୍ଥିତିରେ ବ୍ୟାଗ୍‌ଟିକୁ ଫେରସ୍ତ କରିଥିଲେ। ଏ ନେଇ ଆଫସାନା ସରପଞ୍ଚଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ସ୍କୁଟିରେ ନିଜ ସମ୍ପର୍କୀୟଙ୍କ ସହିତ ଜେନାପୁର ଯାଉଥିବାବେଳେ ଅସାବଧାନତା ବସତଃ ବ୍ୟାଗଟି ପଡିଯାଇଥିବା ଅଫସାନା କହିଛନ୍ତି।
ଫଟୋ- ସୁନା ଓ ଟଙ୍କା ଥିବା ଭ୍ୟାନିଟ୍‌ ବ୍ୟାଗ୍‌ ପାଇ ସରପଞ୍ଚ ମହିଳାଙ୍କୁ ଫେରାଇଲେ।