ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପାଇଁ ଦାବିପତ୍ର

କପ୍ତିପଦା,୧ା୧୦(ଡ଼ି.ଏନ୍‌.ଏ)- କପ୍ତିପଦା ବ୍ଲକ ଅଧୀନ ବଡ଼ ଗୁଡୁଗୁଡ଼ିଆ ପଞ୍ଚାୟତର ସରପଞ୍ଚ ଦମୟନ୍ତୀ ହାଁସଦା ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ଦାବି ହୋଇଛି। ସୋମବାର ଉକ୍ତ ପଞ୍ଚାୟତର ୧୧ଟି ୱାର୍ଡରୁ ୯ ଜଣ ୱାର୍ଡ ମେମ୍ବର କପ୍ତିପଦା ଉପଜିଲାପାଳଙ୍କ ନିକଟରେ ଲିଖିତ ଭାବେ ଏହି ଦାବି ଜଣାଇଛନ୍ତି। ୱାର୍ଡ ମେମ୍ବରମାନଙ୍କ ଅଭିଯୋଗ ଅନୁଯାୟୀ, ସରପଞ୍ଚ ପଞ୍ଚାୟତର ହିତ ପାଇଁ ସେ କାମ କରୁ ନ ଥିବା ବେଳେ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣୁ ନାହାନ୍ତି ା ପଞ୍ଚାୟତର ବିଭିନ୍ନ ଉନ୍ନତି ମୂଳକ କାମ ପାଇଁ ସେ ୱାର୍ଡ ମେମ୍ବରମାନଙ୍କ ସହିତ କାୈଣସି ଆଲୋଚନା ନ କରି ମନଇଚ୍ଛା କାମ କରୁଛନ୍ତି ା ବିଭିନ୍ନ ଅନିୟମିତତାରେ ସଂଶ୍ଳୀଷ୍ଟ ରହିଛନ୍ତି। ସେ ସରପଞ୍ଚ ଥିବାବେଳେ ଆଶା କର୍ମୀର କାର୍ଯ୍ୟ ମଧ୍ୟ ତୁଲାଉଛନ୍ତି। ଫଳରେ ସେ ବିଭିନ୍ନ ସମୟରେ ପଞ୍ଚାୟତରେ ଅନୁପସ୍ଥିତ ରହୁଛନ୍ତି। ଏ ସମ୍ପକର୍ର୍ରେ ସରପଞ୍ଚ ହାଁସଦାଙ୍କୁ ପଚାରିବାରୁ ଚତୁଃଦ୍ଦର୍ର୍ଶ ଅର୍ଥ କମିଶନ ଅନୁଦାନକୁ ସେମାନେ ଗୋଟେ ସ୍ଥାନରେ କାମ କରିବା ପାଇଁ ପ୍ରସ୍ତାବ ଦେଉଥିବା ବେଳେ ମୁଁ ଏଥିରେ ରାଜି ନ ହୋଇ ସମସ୍ତ ୱାର୍ଡରେ ଆବଶ୍ୟକ ଥିବା କାମ କରିବା ପାଇଁ ପ୍ରସ୍ତାବ ଦେଇଥିଲି ା ଏହାକୁ ସେମାନେ ବିରୋଧ କରି ମୋ ବିରୋଧରେ ଅନସ୍ଥା ଆଣିବା ପାଇଁ ପ୍ରୟାସ କରୁଥିବା ଶୁଣିଛି ବୋଲି କହିଛନ୍ତି। ସେହିପରି ଅନିୟମିତତାରେ ସଂଶ୍ଳୀଳ ରହିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି।

Share