ସରପଞ୍ଚଙ୍କ ସଟ୍‌ଡାଉନ୍‌ ନିଷ୍ପତ୍ତିକୁ ବ୍ଲକ ପ୍ରଶାସନର ନାଁ; କ୍ଷମତାର ଅପବ୍ୟବହାର କରୁଛନ୍ତି ସରପଞ୍ଚ

ଚଣ୍ଡିଖୋଲ୧୪।୫ (ଡି.ଏନ୍‌.ଏ.): ବଡଚଣା ବ୍ଲକ ଅଧୀନ ସୁଙ୍ଗୁଡା ପଞ୍ଚାୟତକୁ ୧୩ ତାରିଖ ସନ୍ଧ୍ୟା ୫ଟାରୁ ୪୮ ଘଣ୍ଟା ସଟ୍‌ଡାଉନ୍‌ କରିବାକୁ ସରପଞ୍ଚ ନିଷ୍ପତ୍ତି ନେଇଥିବା ବେଳେ ଏହାକୁ ବିଡିଓ ସେହିଦିନ ଖାରଜ କରିଦେଇଥିଲେ। ହେଲେ ସରପଞ୍ଚ ଜିଲାପାଳ କ୍ଷମତାର ସୁରୁପଯୋଗ କରୁଥିବା ସୁଙ୍ଗୁଡ଼ା ସମିତିସଭ୍ୟ ପ୍ରିତମ କୁମାର ନାୟକ ଗୁରୁବାର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ୪୮ ଘଣ୍ଟା ଯାଏଁ ପଞ୍ଚାୟତ ସଟ୍‌ଡାଉନ୍‌ ନେଇ ମାଇକ୍‌ ଯୋଗେ ପ୍ରଚାର କରାଯାଇଥିବାରୁ ଗୁରୁବାର ସକାଳୁ ଚଣ୍ଡିଖୋଲ ଅଞ୍ଚଳର ସମସ୍ତ ଦୋକାନ ବନ୍ଦ ରହିଥିଲା। କ୍ଷମତାର ଅପବ୍ୟବହାର କରି ସରପଞ୍ଚ, ନାଏବ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ କିପରି ଗଣମାଧ୍ୟମ ସମ୍ମୁଖରେ ସଟଡାଉନ୍‌ ଘୋଷଣା କରିବା ସହ ଏ ନେଇ ପ୍ରଚାର କରିଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସମିତିସଭ୍ୟ ସ୍ଥାନୀୟ ବିଡିଓଙ୍କୁ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ବୁଧବାର ସନ୍ଧ୍ୟା ୫ଟାରୁ ଉକ୍ତ ପଞ୍ଚାୟତକୁ ୪୮ ଘଣ୍ଟା ସଟ୍‌ଡାଉନ୍‌ କରିବାକୁ ସ୍ଥାନୀୟ ସରପଞ୍ଚ ଖବରଦାତା ସମ୍ମିଳନୀରେ ସୂଚନା ଦେଇଥିଲେ। ମାତ୍ର ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଥିବାରୁ ସଟ୍‌ଡାଉନ୍‌ର ଆବଶ୍ୟକତା ନ ଥିବା ବିଡିଓ ପତ୍ର ସଂଖ୍ୟା ୨୦୪୪ରେ ଦର୍ଶାଇଥିଲେ। ଏହାଛଡ଼ାଯଦି କୌଣସି କଣ୍ଟେନମେଣ୍ଟ ଜୋନ୍‌ରେ ଜନସାଧାରଣଙ୍କ ଚଳାଚଳ ନିୟନ୍ତ୍ରଣ ବାହାରକୁ ଚାଲିଯିବା ଅନୁଭୂତ ହୁଏ, ତେବେ ସ୍ଥାନୀୟ ସରପଞ୍ଚ ଜିଲା ପ୍ରଶାସନର ଅନୁମତି କ୍ରମେ ଉକ୍ତ ଅଞ୍ଚଳକୁ ସଟ୍‌ଡାଉନ କରିପାରିବେ। ଯେହେତୁ ଏହି ଅଞ୍ଚଳରେ କୌଣସି ପଜିଟିଭ୍‌ କେସ୍‌ ନାହଁି, ତେଣୁ ସଟଡାଉନର ଆବଶ୍ୟକତା ନାହଁି ବୋଲି ପ୍ରଶାସନ ପକ୍ଷରୁ ଦର୍ଶାଯାଇଥିଲା।

Share