ଶ୍ରୀନଗର,୧୬।୬: ଜମ୍ମୁ-କଶ୍ମୀର ଅନନ୍ତନାଗରେ ଜୁନ ୮ରେ କଶ୍ମୀରି ପଣ୍ଡିତ ସରପଞ୍ଚ ଅଜୟ ପଣ୍ଡିତାଙ୍କ ହୋଇଥିବା ହତ୍ୟାର ପ୍ରତିଶୋଧ ନେଇଛନ୍ତି ସୁରକ୍ଷାକର୍ମୀ। ଗତ ସପ୍ତାହ ଏନ୍କାଉଣ୍ଟରରେ ନିପାତ ହୋଇଥିବା ହିଜବୁଲ ମୁଜାହିଦିନର ଆତଙ୍କବାଦୀ ଓମାର ହିଁ ସରପଞ୍ଚଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ଏନେଇ ମଙ୍ଗଳବାର ଜମ୍ମୁ-କଶ୍ମୀର ପୋଲିସ ଆଇଜି ବିଜୟ କୁମାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗତ ସପ୍ତାହରେ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ହିଜବୁଲର ୨ଆତଙ୍କବାଦୀ ଟଳି ପଡ଼ିଥିଲେ। ସେଥିରେ ଓମାର ମଧ୍ୟ ସାମିଲ ଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ ଦ୍ୱାରା ଉମରଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏବେ ଫରେନ୍ସିକ୍ ରିପୋର୍ଟ ଆସିବା ବାକି ରହିଛି। ତେବେ ଘାଟିରେ ଯେଉଁ ସରପଞ୍ଚ ଓ ପଞ୍ଚଙ୍କ ଜୀବନ ପ୍ରତି ବିପଦ ରହିଛି ସେମାନେ ପୋଲିସ ସହ ଯୋଗାଯୋଗ କରି ସୁରକ୍ଷା ନେଇପାରିବେ ବୋଲି ଆଇଜି ବିଜୟ କୁମାର କହିଛନ୍ତି।