ସରପଞ୍ଚ ଉପନିର୍ବାଚନକୁ ନେଇ ଉତ୍ତେଜନା: ଭୋଗରାଇ ବ୍ଲକ ପରିସର ରଣକ୍ଷେତ୍ର

ଭୋଗରାଇ,୨୮।୧୧(ଡି.ଏନ.ଏ.)- ବାଲେଶ୍ୱର ଜିଲାର ଭୋଗରାଇ ବ୍ଲକ କାର୍ଯ୍ୟାଳୟ ପରିସର ବୁଧବାର ସନ୍ଧ୍ୟାରେ ରଣକ୍ଷେତ୍ର ପାଲଟିଛି। ବ୍ଲକ ଅଧୀନ ଶ୍ରଦ୍ଧାପୁର ଓ କସବାକମର୍ଦ୍ଦା ପଞ୍ଚାୟତରେ ସରପଞ୍ଚ ପଦ ପାଇଁ ପୂର୍ବାହ୍ନରେ ଉପନିର୍ବାଚନ ହୋଇଥିଲା। ମଧ୍ୟାହ୍ନ ୧୨ଟା ସମୟରେ ମତଦାନ ଶେଷ ହେବାରୁ ଭୋଟ ବାକ୍ସଗୁଡିକୁ ଗାଡିରେ ରଖି ବ୍ଲକ କାର୍ଯ୍ୟାଳୟକୁ ଅଣାଯାଇଥିଲା। ଅପରାହ୍ନ ସମୟରେ ଭୋଟବାକ୍ସ ଆସି ପହଞ୍ଚିବା ବେଳେ ଶ୍ରଦ୍ଧାପୁର ପଞ୍ଚାୟତର ୨ଟି ଭୋଟ ବାକ୍ସ ଖୋଲାଥିବା ଦେଖି ଜଣେ ସ୍ବାଧୀନ ପ୍ରାର୍ଥୀଙ୍କ ସମର୍ଥକମାନେ ପାଟିତୁଣ୍ଡ କରିଥିଲେ। ଏ ନେଇ ଉତ୍ତେଜନା ପ୍ରକାଶ ପାଇବାରୁ ଉପସ୍ଥିତ ସ୍ବାଧୀନ ପ୍ରାର୍ଥୀ, ବିଜେଡ, ଭାଜପା ଓ କଂଗ୍ରେସ ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ଧସ୍ତାଧସ୍ତି ଯାଏ କଥା ଯାଇଥିଲା। ଏହି ଗଣ୍ଡଗୋଳ ବେଳେ ଗୋଟିଏ ଭୋଟ ବାକ୍ସ ଭଙ୍ଗାରୁଜା ହୋଇ ପଡିବା ଦେଖାଯାଇଥିଲା। ଏନେଇ ଉତ୍ତେଜନା ବଢି ଅଣାୟତ ରୂପ ନେଇଥିଲା। ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ସମଥର୍ର୍କମାନେ ମୁହାଁମୁହିଁ ହେବାରୁ ସନ୍ଧ୍ୟା ସମୟରେ ଉପସ୍ଥିତି ପୋଲିସକୁ ଲାଠିଚାଳନା କରିବାକୁ ପଡିଥିଲା। ଏଥିରେ କେତେକ ସମର୍ଥକ ଆହତ ହୋଇଥିବା ଅଭିଯୋଗ ହୋଇଛି। ଏପରି କି ଜଣେ ଖବରଦାତା ଆହତ ହୋଇଛନ୍ତି। ପୋଲିିିସ କାର୍ଯ୍ୟାନୁଷ୍ଠାନ ପରେ ବିଭିନ୍ନ ପ୍ରାର୍ଥୀଙ୍କ ସମର୍ଥକମାନେ ଛତ୍ରଭଙ୍ଗ ଦେଇ ବ୍ଲକ ଅଫିସ ବାହାରକୁ ଯାଇ ରାସ୍ତାରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପୋଲିସ ସେଠାରୁ ଜଣେ ବିକ୍ଷୋଭ ପ୍ରଦର୍ଶନକାରୀ ଯୁବନେତାଙ୍କୁ ଥାନାକୁ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ୧ ପ୍ଲାଟୁନ ଫୋର୍ସ ସହ ଉଚ୍ଚପଦସ୍ଥ ଅଧିକାରୀମାନେ ବ୍ଲକ ଅଫିସ ପରିସରକୁ ଜଗି ରହିଛନ୍ତି ।
ଉଲ୍ଲେଖନୀୟ ଯେ, ଗତ ପଞ୍ଚାୟତ ନିବାଚନ ପରେ ଏହି ଦୁଇ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚଙ୍କ ମୃତ୍ୟୁ ଘଟିଥଲା। ଏହି ପରିପ୍ରେକ୍ଷୀରେ ସେଠାରେ ଉପନିର୍ବାଚନ କରାଯାଇଥିଲା। ଶ୍ରଦ୍ଧାପୁର ଓ କସବାକମର୍ଦ୍ଦା ପଞ୍ଚାୟତରେ ୩ ଜଣ ଲେଖାଏ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ବ୍ଲକ କାର୍ଯ୍ୟାଳୟକୁ ଭୋଟବାକ୍ସ ଅଣାଯିବା ପରେ ଶ୍ରଦ୍ଧାପୁର ପଞ୍ଚାୟତ ଅଧୀନ ୧୨ ଓ ୧୪ ନମ୍ବର ବୁଥ୍‌ର ଭୋଟ୍‌ ବାକ୍ସ ଖୋଲାଥିବା ଜଣେ ସ୍ବାଧୀନ ପ୍ରାର୍ଥୀଙ୍କ ସମର୍ଥକମାନେ ଅଭିଯୋଗ କରି ପୋଲିଂ ଅଫିସରଙ୍କୁ ଘେରିଯାଇ ପ୍ରତିବାଦ ଜଣାଇଥିଲେ। ଏହି ସମୟରେ ଗଣ୍ଡଗୋଳ ଘଟି କେହି ଭୋଟ୍‌ବାକ୍ସ ଭଙ୍ଗାରୁଜା କରିଥିବା କୁୁହାଯାଉଛି। ଏପରି କି କେତେକ ଭୋଟ କାଗଜ ବ୍ଲକ ପରିସରରେ ବିଛାଡ଼ି ହୋଇ ପଡ଼ିଥିବା ଦେଖାଯାଇଥିଲା। ସମ୍ପୃକ୍ତ ସ୍ବାଧୀନ ପ୍ରାର୍ଥୀଙ୍କ ସମର୍ଥକମାନେ ବିଭିନ୍ନ ସରକାରୀ ବିରୋଧୀ ସ୍ଲୋଗାନ ଦେଇ ପ୍ରତିବାଦ ଜଣାଇଥିଲେ। ସେଠାରେ ବିଜେଡି ସମର୍ଥକ କୁହାଯାଉଥିବା କେତେଜଣବ୍ୟକ୍ତି ପହଞ୍ଚି ସେମାନଙ୍କୁ ବ୍ଲକ ପରିସରରୁ ତଡ଼ି ଦେବାକୁ ଉଦ୍ୟମ କରଥିଲେ। ଏହାକୁ ନେଇ କଂଗ୍ରେସ ଓ ଭାଜପା ସମର୍ଥକମାନେ ପ୍ରତିବାଦ ଜଣାଇବାର ସେଠାରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଲୋକଙ୍କୁ ଘଉଡାଇବା ଲାଗି ପୋଲିସକୁ ଲାଠିଚାର୍ଜ କରିବାକୁ ପଡିଥିବା କୁହାଯାଉଛି। ଖବର ପାଇ ବାଲେଶ୍ୱର ଉପଜିଲାପାଳ ନୀଲୁ ମହାପାତ୍ର ବ୍ଲକ ଅଫିସ ପରିସରରେ ପହଞ୍ଚତ୍ ଭୋଟ୍‌ବାକ୍ସ ତନଖି କରିବା ସହିତ ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେଠାରେ ଉତ୍ତେଜନା ଲାଗି ରହିଥିଲେ ମଧ୍ୟ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଏଭଳି ଘଟଣା ନେଇ ଭାଜପା ପକ୍ଷରୁ ବ୍ଲକ ଅଫିସ ମୁଖ୍ୟ ଫାଟକ ଆଗରେ ପ୍ରତିବାଦ ସଭା କରାଯାଇ ଘଟଣାର ତଦନ୍ତ ଦାବି କରାଯାଇଛି। ଅନ୍ୟପକ୍ଷେ ବିଜେଡି ପକ୍ଷରୁ ଭୋଟ ବାକ୍ସ ଭାଙ୍ଗିଥିବା ଅଭିଯୁକ୍ତଙ୍କୁ ଗିରଫ ଦାବି କରି ଘେରାଉ ଆନ୍ଦୋଳନ କରାଯାଇଥିବା ଖବର ଲେଖା ହେବା ସୁଦ୍ଧା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଟ୍ରଲର, ୨ ମହିଳା ଗୁରୁତର

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ରାଇସୁଆଁ ପୁରୁଣା ଥାନା ନିକଟରେ ରବିବାର ସାରେ ରାସ୍ତା ଅତିକ୍ରମ କରୁଥିବାବେଳେ...

୨ ନାବାଳିକାଙ୍କୁ ଗଣବଳାତ୍କାର: ଅଭିଯୋଗ ପରେ ପୋଲିସର ତତ୍ପରତା, ୩ ଜଣ ଅଟକ

ରାଉରକେଲା, ୨୨।୯(ସଂଗୀତା ଜେନା): ରାଉରକେଲାରେ ଚାଞ୍ଚଲ୍ୟ। ଦୁଇ ଜଣ ନାବାଳିକାଙ୍କୁ ଗଣବଳାତ୍କାର ହୋଇଥିବା ଥାନାରେ ଅଭିଯୋଗ ହେବା ପରେ ପୋଲିସ ତତ୍ପର ହୋଇ ଉଠିଛି। ଏହି...

ଶ୍ୱଶୁରଙ୍କୁ ହତ୍ୟାକଲେ ଜ୍ବାଇଁ : ସ୍ତ୍ରୀ, ଶାଶୁ ଗୁରୁତର

ଲକ୍ଷ୍ମୀପୁର,୨୨ା୯(ଅନନ୍ତ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ରେଲୱେ କଲୋନୀ ନିକଟ ଆମ୍ବଗୁଡ଼ା ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଶ୍ୱଶୁରଙ୍କୁ ଲୁହା ରଡ୍‌ରେ ପିଟି...

ଗାଁ ନିକଟରେ ଦିନ ଦି ପ୍ରହରରେ ବୁଲୁଛି ଗୋଠ ଛଡା ଭାଲୁ, ଲୋକେ ଆତଙ୍କିତ

କୋକସରା,୨୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ଅଧୀନରେ ଥିବା ପାତ୍ରବସା ଗାଁ ନିକଟରେ ଏକ ଭାଲୁ ଦିନ ଦି...

୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ...

ଶେଷ ହେଲା ରତ୍ନଭଣ୍ଡାର ସର୍ଭେକ୍ଷଣ,ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୨୨।୯: ଶ୍ରୀମନ୍ଦିର ରତ୍ନଭଣ୍ଡାର ସର୍ଭେକ୍ଷଣ ଶେଷ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ବୈଜ୍ଞାନିକ ଆନନ୍ଦ କିଶୋର ପାଣ୍ଡେଙ୍କ ନେତୃତ୍ୱରେ ସର୍ଭେ...

ଜନ୍ମମାଟିରୁ ୧୦୦ ଦିନର ହିସାବ ଦେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆରୁ ଲୋକଙ୍କ ସରକାରର ୧୦୦ ଦିନର ସଫଳତାର ହିସାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କାର୍ଯ୍ୟକ୍ରମରେ...

ଶୁଣିଲା ନାହିଁ ପ୍ରଶାସନ, ରାସ୍ତା ମରାମତି କଲେ ଗାଁ ଯୁବକ

କେନ୍ଦୁଝର,୨୨।୯ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଭାଟୁଣୀଆଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଦିନକୁ ଦିନ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri