ସରପଞ୍ଚ ଦେଲେ ନୂଆ ଶାଢ଼ୀ, ପୂଜା ସାମଗ୍ରୀ: ସଂଗରୋଧରେ ଥିବା ମହିଳା ପାଳିଲେ ସାବିତ୍ରୀ ବ୍ରତ

ବନ୍ତ,୨୨।୫(ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ବ୍ଲକ ଓଡଙ୍ଗ ପଞ୍ଚାୟତ ଟିଏମ୍‌ସିରେ ଶୁକ୍ରବାର ସାବିତ୍ରୀ ବ୍ରତ ପାଳନ ହୋଇଯାଇଛି। ସଙ୍ଗରୋଧରେ ଥିବା ସଧବାମାନେ ସମଦୂରତ୍ୱ ରଖି ସାବିତ୍ରୀ ବ୍ରତ ପାଳନ କରିଛନ୍ତି। ଏସବୁ ସରପଞ୍ଚଙ୍କ ପାଇଁ ସମ୍ଭବ ହୋଇପାରିଛି ବୋଲି ବ୍ରତଧାରୀ ମହିଳାମାନେ ପ୍ରକାଶ କରିଛନ୍ତି। ସରପଞ୍ଚ କିଶୋରକିଙ୍କର ପଢିଆରୀ ବ୍ରତଧାରୀମାନଙ୍କ ପାଇଁ ଶାଢୀ, ଶଙ୍ଖା,ସିନ୍ଦୁର ଫଳ ସମେତ ସମସ୍ତ ପୂଜା ସାମଗ୍ରୀ ବ୍ୟବସ୍ଥା କରି ବ୍ରାହ୍ମଣ ଡକାଇ ଓଷା କାର୍ଯ୍ୟ ସମ୍ପାଦନ କରିଥିଲେ ।

Share