Categories: ରାଜ୍ୟ

ସରପଞ୍ଚ, ସମିତିସଭ୍ୟ, ଜିଲା ପରିଷଦ ସଭ୍ୟଙ୍କ ପାରିତୋଷିକ ବୃଦ୍ଧି

ଭୁବନେଶ୍ୱର, ୧୧।୬(ବ୍ୟୁରୋ): କରୋନା ମହାମାରୀ ମଧ୍ୟରେ ରାଜ୍ୟ ସରକାର ସରପଞ୍ଚ, ସମିତି ସଭ୍ୟ ଓ ଜିଲା ପରିଷଦ ସଭ୍ୟଙ୍କ ମାସିକ ପାରିତୋଷିକ ବୃଦ୍ଧି କରିଛନ୍ତି। ଏହା ୧୯୦ଟଙ୍କାରୁ ୧୮୮୦ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ପିଛିଲା ଭାବେ ଏପ୍ରିଲ ପହିଲାରୁ ଏହା କାର୍ଯ୍ୟକାରୀ ହେବ। ୱାର୍ଡମେମ୍ବରଙ୍କଠୁ ଜିଲା ପରିଷଦ ଅଧ୍ୟକ୍ଷ ପର୍ଯ୍ୟନ୍ତ ସମସ୍ତଙ୍କର ଦୈନିକ ଭତ୍ତା ଓ ବୈଠକ ଫି’କୁ ଅପରିବର୍ତ୍ତିତ ରଖାଯାଇଛି। ୱାର୍ଡମେମ୍ବରମାନଙ୍କ ମାସିକ ପାରିତୋଷିକ ନ ଥିବାବେଳେ ଅନ୍ୟ ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କ ପାରିତୋଷିକ ବୃଦ୍ଧି ହୋଇଛି।
ଗୁରୁବାର ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଜାରି ସଂକଳ୍ପ ଅନୁସାରେ, ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ନିର୍ବାଚିତ ଲୋକପ୍ରତିନିଧିମାନଙ୍କର ମାସିକ ପାରିତୋଷିକ ବୃଦ୍ଧି ପାଇଛି। ଓ ପଞ୍ଚାୟତ ସମିତି ଟିଏ ରୁଲସ-୧୯୭୫ର ଗାଇଡଲାଇନ ଅନୁସାରେ ବର୍ତ୍ତମାନର ଜୀବନଶୈଳୀକୁ ଦୃଷ୍ଟିରେ ରଖି ଏହି ଦର ବୃଦ୍ଧି ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି।

Share