Advertisement

ସରପଞ୍ଚ, ସମ୍ପାଦକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭଦ୍ରକ ଅଫିସ,୩୦।୮: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ସରପଞ୍ଚ ଓ ସେବା ସମବାୟ ସମିତିର ସମ୍ପାଦକଙ୍କ ଘରେ ଶୁକ୍ରବାର ସକାଳୁ ବାଲେଶ୍ୱର ଭିଜିଲାନ୍ସର ଏକ ଟିମ୍‌ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରିଛି। ସଙ୍ଗୀତା ଖଣ୍ଡେଇ ତେସିଙ୍ଗା ପଞ୍ଚାୟତ ସରପଞ୍ଚ  ହୋଇଥିବାବେଳେ  ତାଙ୍କ ସ୍ବାମୀ ରାଜେନ୍ଦ୍ର ଖଣ୍ଡେଇ ତେସିଙ୍ଗା ସମବାୟ ସମିତି ସମ୍ପାଦକ  କାର୍ଯ୍ୟ କରିଆସୁଛନ୍ତି। ଶୁକ୍ରବାର ଏକକାଳୀନ ପାଞ୍ଚଟି ଟିମ୍‌ ଉଭୟଙ୍କ ପୈତୃକ ଘର ସହ ଇଟା ଫ୍ୟାକ୍ଟ୍ରି, ଫାର୍ମହାଉସ, ସେବା ସମବାୟ ସମିତି ଓ ପଞ୍ଚାୟତ କାର୍ଯ୍ୟାଳୟରେ ଚଢ଼ାଉ କରିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share