ସରପଦାରେ ହେବ ମିନିଷ୍ଟାଡିୟମ୍‌

ଭଣ୍ଡାରିପୋଖରୀ, ୧୮।୯ (ଡି.ଏନ.ଏ.):  ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତର ସରପଦା ସ୍କୁଲ ପଡ଼ିଆରେ ମିନିଷ୍ଟାଡିୟମ୍‌ ନିର୍ମାଣ ହେବ। ଏଥିପାଇଁ ଅଢ଼େଇ ଏକର ସ୍ଥାନ ନିରୂପଣ କରାଯାଇଛି। ବୁଧବାର ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଣିତକାନ୍ତ ସାମଲ କ୍ଷେତ୍ର ପରିଦର୍ଶନ କରି ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଭଦ୍ରକ ଏମ୍‌ପି ଓ ସ୍ଥାନୀୟ ବିଧାୟକଙ୍କ ହାତପାଣ୍ଠିରୁ ପ୍ରାୟ ୧୫ ଲକ୍ଷ ଟଙ୍କା ବ୍ୟୟ କରାଯିବ। ଆସନ୍ତା ଦୁର୍ଗାପୂଜାଠାରୁ ଏହି ଷ୍ଟାଡିୟମ୍‌ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ସେ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ ଲକ୍ଷ୍ମୀଧର ସାହୁ, ବସନ୍ତ ରାଉତ, ପ୍ରଭାକର ରାଉତ, ରାଜେଶ ବାରିକ, ଲକ୍ଷ୍ମୀକାନ୍ତ ସାହୁ, ଶୋଭନ ସାହୁ ଓ ବାବୁଲା ରାଉତ ପ୍ରମୁଖ କ୍ଷେତ୍ର ପରିଦର୍ଶନ ବେଳେ ଉପସ୍ଥିତ ଥିଲେ।

Share