Categories: ବାଣିଜ୍ୟ

ସରଳୀକୃତ ରିଟର୍ନ ଫାଇଲିଂ ସିଷ୍ଟମ ଆଣିଲା ଜିଏସ୍‌ଟିଏନ୍‌

ନୂଆଦିଲ୍ଲୀ,୨୩-୫: ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ଲାଗି ଆଇଟି ଭିତ୍ତିଭୂମି ସୁବିଧା ଯୋଗାଉଥିବା ଜିଏସ୍‌ଟିଏନ୍‌ ସରଳୀକୃତ ରିଟର୍ନ ଫାଇଲିଂ ସିଷ୍ଟମ ଶୁଭାରମ୍ଭ କରିଛି। ଏହା ଏକ ଡେମୋ ଟୁଲ୍‌ ହୋଇଥିବା ବେଳେ ଆଗାମୀ ଦିନରେ ଏହାର ପୂର୍ଣ୍ଣ ଭର୍ଜନ କାର୍ଯ୍ୟକାରୀ କରାଯିବ। ନୂଆ ଫାଇଲିଂ ସିଷ୍ଟମ କିଭଳି ଭାବେ କାର୍ଯ୍ୟ କରିବ ଏବଂ ଏହାର ସଂରଚନା କିଭଳି ରହିଛି ସେ ସମ୍ପର୍କରେ ବର୍ତ୍ତମାନ ଅଂଶୀଦାରଙ୍କୁ ଅବଗତ କରାଯାଇଛି। ଏହା ଏକ ଅଫ୍‌ଲାଇନ ଟୁଲ ହୋଇଥିବା ବେଳେ ବ୍ୟବହାର ଅଭିଜ୍ଞତା ସମ୍ପର୍କରେ ଅଂଶୀଦାରଙ୍କ ମତାମତ ଲୋଡାଯାଇଛି।ଏଥିରେ ଟିକସଦାତାଙ୍କ ଲାଗି ଡ୍ରପ୍‌ ଡାଉନ ମେନୁ, ଇନଭଏସ୍‌ ଅପ୍‌ଲୋଡ, ପରଚେଜ୍‌ ରେଜିଷ୍ଟ୍ରାର ଅପ୍‌ଲୋଡ୍‌ ସୁବିଧା କରାଯାଇଛି। ଏହା ଦ୍ୱାରା ଜିଏସ୍‌ଟିର ନୂଆ ନର୍ମାଲ, ସହଜ ଏବଂ ସୁଗମ ଫର୍ମକୁ ଭରିବାର ସୁବିଧା ରହିଥିବା ଜିଏସ୍‌ଟିଏନ୍‌ ପକ୍ଷରୁ ସୂଚନା ରହିଛି।

Share