Categories: ବାଣିଜ୍ୟ

ସରଳ ହେବ ଜିଏସ୍‌ଟି ଫାଇଲିଂ

ନୂଆଦିଲ୍ଲୀ,୧୭-୧୧: ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ବ୍ୟବସ୍ଥାରେ ରହିଥିବା ବିଭିନ୍ନ ଅସୁବିଧା ଆଗାମୀ ଦିନରେ ଦୂର ହେବ। ଏହି ପ୍ରସଙ୍ଗରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶନିବାର ଚାର୍ଟାର୍ଡ ଆକାଉଣ୍ଟାଣ୍ଟ, ଟ୍ରେଡର ଏବଂ ଅନ୍ୟ ଅଂଶୀଦାରଙ୍କୁ ଭେଟିଛନ୍ତି। ଜିଏସ୍‌ଟି ଫର୍ମ ଏବଂ ଫାଇଲିଂ ଧାରାକୁ ଅଧିକ ୟୁଜର ଫ୍ରେଣ୍ଡଲି କରିବା ଦିଗରେ ସରକାର ଏଭଳି ଏକ ପ୍ରୟାସ ଆରମ୍ଭ କରିଥିବା ଜଣାପଡିଛି। ରିୟଲ ଟାଇମ ଭିତ୍ତିରେ ଜିଏସ୍‌ଟି ଫାଇଲ କରିବା ନେଇ ବୈଠକରେ ଆଲୋଚନା କରାଯାଇଛି। ଅଂଶୀଦାରମାନେ ଜିଏସ୍‌ଟି ଫାଇଲିଂ ନେଇ ଦେଇଥିବା ବିଭିନ୍ନ ପରାମର୍ଶକୁ ସରକାର ଗ୍ରହଣ କରିବେ ରାଜସ୍ବ ସଚିବ ଅଜୟ ଭୂଷଣ ପାଣ୍ଡେ କହିଛନ୍ତି। ସାରା ଦେଶରେ ଅଂଶଦାରଙ୍କ ବୈଠକ ଆୟୋଜନ କରାଇ ପ୍ରତିନିଧିଙ୍କୁ ସରକାର ଶୁଣିବେ ବୋଲି ସୀତାରାମନ କହିଛନ୍ତି।

Share