ସରସରା ଧାନ ମଣ୍ଡି ବନ୍ଦ: ଯୋଗାଣ ଅଧିକାରୀଙ୍କୁ ଫେରାଦ

ବୌଦ୍ଧ,୩।୧(ସ୍ବ.ପ୍ର): ବୌଦ୍ଧ ଜିଲାରେ ସମସ୍ତ ମଣ୍ଡିରେ ଧାନ କିଣାବିକା ଚାଲିଥିବା ବେଳେ ସରସରା ମଣ୍ଡି ବନ୍ଦ ରହିଛି। ଏହି ମଣ୍ଡିରେ ଗତ ୧୮ ତାରିଖରୁ ଧାନକିଣା ଆରମ୍ଭ ହୋଇଥିଲା। ମାତ୍ର ୫/୬ ଜଣ ଚାଷୀଙ୍କ ଧାନକିଣା ପରେ ସମବାୟ କର୍ତ୍ତୃପକ୍ଷ ମଣ୍ଡିକୁ ବନ୍ଦ କରିଦେଇଥିବା ଚାଷୀମାନେ ଅଭିଯେଗା କରିଛନ୍ତି। ଧାନକିଣା ହେଉ ନ ଥିବାରୁ ଚାଷୀମାନେ ହଇରାଣ ହେଉଛନ୍ତି । ତେବେ ଏ ସମ୍ପର୍କରେ ସମବାୟ କର୍ମଚାରୀଙ୍କୁ କୌଣସି ମିଲର୍ସ ଏହି ମଣ୍ଡିରୁ ଧାନ ଉଠାଇବାକୁ ରାଜି ହେଉ ନ ଥିବାରୁ ଚାଷୀଙ୍କ ଧାନ କିଣାଯାଉ ନ ଥିବା କହିଥିଲେ । ଫଳରେ ଶୁକ୍ରବାର ଚାଷୀମାନେ ଜିଲା ଯୋଗାଣ ଅଧିକାରୀ ବିଷ୍ଣୁ ପ୍ରସାଦ ପ୍ରଧାନଙ୍କୁ ଭେଟି ଆସନ୍ତା ୫ ତାରିଖ ମଧ୍ୟରେ ଚାଷୀଙ୍କ ଧାନ କିଣାଯିବାକୁ ଦାବି କରିଛନ୍ତି । ନଚେତ ୬ ତାରିଖରେ ସରସରା ସମବାୟ ସମିତିରେ ତାଲା ପକାଇବା ସହିତ ଜାତୀୟ ରାଜପଥ ଅବରୋଧ କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି ।

Share