Categories: ଖେଳ

ସରିତାଙ୍କ ହ୍ୟାଟ୍ରିକ: ଓଡ଼ିଶା ବିଜୟୀ

କଟକ ଅଫିସ୍‌, ୪ା୨-
କେରଳର କୋଲାମଠାରେ ୧୦ମ ଜାତୀୟ ସିନିୟର ମହିଳା ହକି ଚାମ୍ପିୟନଶିପ (ଡିଭିଜନ ଏ)ର ସୋମବାର ମ୍ୟାଚ୍‌ରେ ହକି ଓଡ଼ିଶା ବୃହତ ବିଜୟ ହାସଲ କରିଛି। ଦଳ ୬-୧ ଗୋଲ୍‌ରେ ହକି ହିମାଚଳ ପ୍ରଦେଶକୁ ହରାଇଛି। ପ୍ରଥମ କ୍ବାର୍ଟରର ପଞ୍ଚମ ମିନିଟ୍‌ରେ ଦିପ୍ତୀ ଲାକ୍ରା ଓଡ଼ିଶା ନିମନ୍ତେ ପ୍ରଥମ ଗୋଲ୍‌ ସ୍କୋର କରିଥିଲେ। ଦ୍ୱିତୀୟାର୍ଦ୍ଧର ୩୦ତମ ମିନିଟ୍‌ରେ ମିଳିଥିବା ଏକ ପେନାଲ୍‌ଟି କର୍ନରରୁ ହକି ଓଡ଼ିଶା ଅଧିନାୟିକା ରଶ୍ମିତା ମିଞ୍ଜ ଦ୍ୱିତୀୟ ଗୋଲ୍‌ ଦେଇଥିଲେ। ପରେ ତୃତୀୟ କ୍ବାର୍ଟରରେ ଓଡ଼ିଶା ଦୁଇଟି ଗୋଲ୍‌ ସ୍କୋର କରି ୪-୦ରେ ଅଗ୍ରଣୀ ନେଇଥିଲା। ତୃତୀୟ କ୍ବାର୍ଟରରେ ଦିପ୍ତୀ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ୍‌ ଦେଇଥିବା ବେଳେ ସରିତା କେରକେଟା ପ୍ରଥମ ଗୋଲ୍‌ ସ୍କୋର କରିଛନ୍ତି। ଅନ୍ତିମ ତଥା ଚତୁର୍ଥ କ୍ବାର୍ଟରର ୫୦ତମ ମିନିଟ୍‌ରେ ସରିତା କେରକେଟା ବ୍ୟକ୍ତିଗତ ଦ୍ୱିତୀୟ ଗୋଲ୍‌ ଦେଇଥିଲେ। ଏହାର ୩ ମିନିଟ୍‌ ପରେ ହକି ହିମ୍‌ର ଆରତି କାସ୍ୟପ ଦଳ ନିମନ୍ତେ ପ୍ରଥମ ଗୋଲ୍‌ ଦେବା ଫଳରେ ସ୍ଥିତି ୫-୧ରେ ପହଞ୍ଚତ୍ଥିଲା। ୫୮ତମ ମିନିଟ୍‌ରେ ହକି ଓଡ଼ିଶାର ସରିତା ତୃତୀୟ ତଥା ହ୍ୟାଟ୍ରିକ ଗୋଲ୍‌ ଦେଇ ୬-୧ ଗୋଲ୍‌ରେ ଜିତାଇଥିଲେ।

Share