ସରିଲା ଆସିକା ଲୋକ ସଭା, ୭ ବିଧାନସଭା ନିର୍ବାଚନ: ଇଭିଏମ୍‌ରେ ସିଲ୍‌ ହେଲା ୫୨ ପ୍ରାର୍ଥୀଙ୍କ ଭାଗ୍ୟ

ବ୍ରହ୍ମପୁର ଅଫିସ,୧୯ା୪-ସାଧାରଣ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଆସିକା ଲୋକ ସଭା ଆସନ ଓ ଏହା ଅଧୀନ ଖଲ୍ଲିକୋଟ, ପୋଲସରା, କବିସୂର୍ଯ୍ୟନଗର, ଆସିକା, ହିଞ୍ଜିଳି, ସାନଖେମୁଣ୍ଡି ଓ ସୋରଡ଼ା ବିଧାନସଭା କ୍ଷେତ୍ରରେ ଗୁରୁବାର ମତଦାନ ହୋଇଯାଇଛି। ଲୋକ ସଭା ନିର୍ବାଚନ ଲଢ଼ୁଥିବା ଭାଜପା ପ୍ରାର୍ଥିନୀ ଅନୀତା ଶୁଭଦର୍ଶିନୀ ପୋଲସରା ନିକଟ ଢ଼ୁଙ୍କାପଡ଼ା ଗ୍ରାମରେ ହୋଇଥିବା ବୁଥରେ ଭୋଟ ଦେଇଥିବା ବେଳେ ବିଜେଡି ପ୍ରାର୍ଥିନୀ ପ୍ରମିଳା ବିଶୋୟୀ ଆସିକା ନିକଟ ଚେରମାରିଆରେ ମତଦାନ କରିଥିଲେ। ତେବେ କଂଗ୍ରେସ ସମର୍ଥିତ ସିପିଆଇ ପ୍ରାର୍ଥୀ ରାମକୃଷ୍ଣ ପଣ୍ଡାଙ୍କ ନାମ ଭୁବନେଶ୍ୱରର ଭୋଟର ତାଲିକାରେ ଥିବାରୁ ସେ ମତଦାନ କରିପାରି ନ ଥିଲେ ।

ଅନ୍ୟ ୫ ପ୍ରାର୍ଥୀ ନିଜ ଅଞ୍ଚଳରେ ଭୋଟ ଦେଇଥିବା ଖବର ମିଳିଛି। ବିଜେଡି, ଭାଜପା, କଂଗ୍ରେସ ଓ ଅନ୍ୟ ଦଳର ବିଧାୟକ ପ୍ରାର୍ଥୀମାନେ ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ମତଦାନ କରିଥିଲେ ।

ପୋଲସରା ସହରାଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଓ ମାରପିଟ ହୋଇଥିବା ବେଳେ ସୋରଡ଼ା ନିର୍ବାଚନ ମଣ୍ଡଳୀର ଗୋଟିଏ ବୁଥରେ ଇଭିଏମ ଭଙ୍ଗାରୁଜା ହୋଇଥିବା କୁହାଯାଇଛି। ଅନ୍ୟ ବିଧାନସଭା କ୍ଷେତ୍ରରେ ଶାନ୍ତିପୂର୍ଣ୍ଣ ଭାବେ ଭୋଟ ଗ୍ରହଣ ହୋଇଥିବା ସରକାରୀ ସୂତ୍ରରୁ ଜଣାଯାଇଛି । ଅପରାହ୍ନ ୫ଟା ସୁଦ୍ଧା ପୋଲସରାରେ ୫୧.୫%, କବିସୂର୍ଯ୍ୟନଗର ୫୨%, ଖଲ୍ଲିକୋଟ ୫୧.୭%, ଆସିକା ୫୭.୬%, ସୋରଡ଼ା ୫୪.୬%, ସାନଖେମୁଣ୍ଡି ୫୫%, ହିଞ୍ଜିଳିରେ ୫୪.୮% ଏବଂ ସଂସଦୀୟ କ୍ଷେତ୍ରରେ ୫୩.୮% ମତଦାନ ହୋଇଛି ।

ସୂଚନାଯୋଗ୍ୟ, ଆସିକା ଲୋକ ସଭା ନିର୍ବାଚନ ଲଢ଼ୁଥିବା  ୭ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମୁଦାୟ ୫୨ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଯାଇଛି । ଅପରପକ୍ଷରେ ଏଥର ନିର୍ବାଚନରେ ମୁଖ୍ୟତଃ ବିଜେଡି ଓ ଭାଜପା ମଧ୍ୟରେ କଡ଼ା ମୁକାବିଲା ହୋଇଛି । ଜାତୀୟ ଦଳ କଂଗ୍ରେସ ପ୍ରାର୍ଥୀ ନ ଦେଇ ସିପିଆଇକୁ ସମର୍ଥନ କରିଛି ।

ସ୍ବାଧୀନତା ପରେ ୧୯୫୧-୫୨ରୁ ୨୦୧୪ ସୁଦ୍ଧା ହୋଇଥିବା ୧୬ ଲୋକ ସଭା ନିର୍ବାଚନ ମଧ୍ୟରୁ ଆସିକା ସଂସଦୀୟ କ୍ଷେତ୍ରରୁ ୬ କଂଗ୍ରେସ, ୫ ବିଜେଡି, ୩ ଜନତା ଦଳ ପ୍ରାର୍ଥୀମାନେ ନିର୍ବାଚିତ ହୋଇଛନ୍ତି। ଜଣେ ଲେଖାଏ  ସିପିଆଇ ଓ ସ୍ବାଧୀନ ପ୍ରାର୍ଥୀ ଏମ୍‌ପି ହୋଇଥିବା ନିର୍ବାଚନୀ ତଥ୍ୟ ରହିଛି। ଚଳିତ ବର୍ଷର ସପ୍ତଦଶ ଲୋକ ସଭା ନିର୍ବାଚନରେ ଆସିକା ଆସନରେ ପ୍ରଥମ କରି ୨ ମହିଳା ମଇଦାନକୁ ଓହ୍ଲାଇଛନ୍ତି। ଏସ୍‌ଏଚଜିର  ମହିଳା ପ୍ରମିଳା ବିଶୋୟୀଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବେଳେ ତାଙ୍କୁ ଟକ୍କର ଦେବା ପାଇଁ  ଅନୀତା ଶୁଭଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି ଭାଜପା।


Enter your email to get our daily news in your inbox.

All Right Reserved By Dharitri.Com

ସଟସର୍କିଟରୁ ଅଗ୍ନିକାଣ୍ଡ: ସବୁକିଛି ଜଳିପୋଡ଼ି ପାଉଁଶ, ଜଣେ ଆହତ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ):ଭଞ୍ଜନଗର ଥାନା ଅନ୍ତର୍ଗତ ତୁରୁମୁ ପଞ୍ଚାୟତର ଜଡାହାଟୁଣିର ବିଜୟ ଚନ୍ଦ୍ର ପାଢ଼ୀଙ୍କ ଘରେ ଗୁରୁବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି ସଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା...

ଅନ୍ଧାରରେ ଗଞ୍ଜାମ ସହର

ଗଞ୍ଜାମ,୧୦।୪,(ବିଦ୍ୟାଧର ସାହୁ ): ଦୀର୍ଘ ବର୍ଷ ହେବ ବିଭିନ୍ନ ସମସ୍ୟାରେ ଜର୍ଜରିତ ଗଞ୍ଜାମ ସହର l ବିଭିନ୍ନ ସମସ୍ୟାଠାରୁ ବଳିଯାଇଛି ସହରର ଆଲୋକିକରଣ l ଅଧିକାଂଶ...

ସାନଖେମୁଣ୍ଡି ଓକିଲ ସଂଘ ନିର୍ବାଚନ: ଚନ୍ଦ୍ରଧ୍ୱଜ-ସଭାପତି, କିଶୋର-ସମ୍ପାଦକ ମନୋନୀତ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟ ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଆଇନଜୀବୀ ଚନ୍ଦ୍ରଧ୍ୱଜ ସିଂହଙ୍କୁ ସଂଘର...

ଗହଣା ଦୋକାନରୁ ୧୨ ସୁନା ଚେନ ଲୁଟିନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଡେଙ୍ଗାଓସ୍ତା ଗ୍ରାମ ମୁଖ୍ୟ ରାସ୍ତାକଡ଼ରେ ଥିବା ପବିତ୍ର କୁମାର ବିଷୋୟୀଙ୍କ ଗହଣା ଦୋକାନରୁ ୧୨୦ ଗ୍ରାମ...

ରାଜପଥରେ ଓଲଟିଲା ପତ୍ରକୋବି ବୋଝଇ ଟ୍ରକ: ଯାତାୟତ ବାଧାପ୍ରାପ୍ତ

ଗଞ୍ଜାମ,୧୦।୪(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା ଅନ୍ତର୍ଗତ ଜୟଶ୍ରୀ ଛକ ଷୋହଳ ନ ଜାତୟ ରାଜପଥରେ ଗୁରୁବାର ଅପରାହ୍ନରେ ଏକ ପତ୍ରକୋବି ବୋଝେଇ ଟ୍ରକ ଓଲଟି ପଡିଥିଲା।...

ଲୋକକଳା ପାଇଁ ଦିନଟିଏ, ଯୁବ ଲେଖକଙ୍କୁ ମିଳିଲା ପ୍ରମାଣପତ୍ର

ଭଞ୍ଜନଗର,୧୦/୪(ବାବୁଲା ପ୍ରଧାନ): ଓଡ଼ିଆ ପକ୍ଷ ପାଳନ ଅବସରରେ ଗୁରୁବାର ଭଞ୍ଜନଗର ପଞ୍ଚାୟତ ସମିତି ପକ୍ଷରୁ ଲୋକକଳା ପାଇଁ ଦିନଟିଏ ଦିବସ ପାଳିତ ହୋଇଯାଇଛି। ଏଥିରେ ଭଞ୍ଜନଗର...

‘ଜାତୀୟ ଶିକ୍ଷାନୀତି’ ସମ୍ପର୍କିତ ଆଲୋଚନା ଚକ୍ର

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଭିଷ୍ମଗିରୀ ଗ୍ରାମ ସ୍ଥିତ ରାମଜୀ ଡିଗ୍ରୀ କଲେଜ ଶିକ୍ଷା ବିଭାଗ ପକ୍ଷରୁ ” ଜାତୀୟ ଶିକ୍ଷାନୀତି ୨୦୨୦ ଏକ...

ଶାଶୁଶ୍ୱଶୁରଙ୍କୁ ମାଡ଼ ମାରି ୫ ବର୍ଷର ପୁଅଙ୍କୁ ଅପହରଣ ଅଭିଯୋଗ, ସ୍ବାମୀଙ୍କ ନାଁରେ ଏତଲା ଦେଲେ ସ୍ତ୍ରୀ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ରାସ୍ତାର ଦଳିତ ସାହିରେ ଶାଶୁ,ଶ୍ୱଶୁର ଓ ସ୍ତ୍ରୀଙ୍କୁ ମାଡ଼ ମାରି ୫ ବର୍ଷର ପୁଅଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image