ସରିଲା ଉଦଳା ମହୋତ୍ସବ ଧୁମୁସା

ଉଦଳା,୨ା୧୨(ଡି.ଏନ୍‌.ଏ.)- ଉପଖଣ୍ଡସ୍ତରୀୟ ଉଦଳା ମହୋସତ୍ବ ଧୁମୁସା – ୨୦୧୯ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା, ମୁଖ୍ୟବକ୍ତା ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ୍‌, ସମ୍ମାନନୀୟ ଅତିଥି ଉଦଳା ତହସିଲଦାର ମନିଷା ମଧୁଲିକା ହେମ୍ବ୍ରମ୍‌ ପ୍ରମୁଖ ଯୋଗ ଦେଇଥିଲେ ା ଧୁମୁସା ହିଁ ଉପଖଣ୍ଡବାସୀଙ୍କର ଏକ ସ୍ବତନ୍ତ୍ର ପରିଚୟ ବୋଲି ମଞ୍ଚାସୀନ ବକ୍ତାମାନେ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ସଭାପତିତ୍ୱ କରିଥିଲେ କପ୍ତିପଦା ଉପଜିଲାପାଳ ଭଗବାନ ବେହେରା। କମିଟିର ସଦସ୍ୟ ଅମୀୟ କୁମାର ବଳ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ପ୍ରଥମେ ଉପଖଣ୍ଡର ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ା ଏହା ସହିତ କଳାହାଣ୍ଡିର ଘୁମୁରା ନାଚ, ନଟରାଜ ଡ୍ୟାନ୍ସ ଗୃପ୍‌ ଦ୍ୱାରା ପରିବେଷିତ ନୃତ୍ୟ ସମସ୍ତଙ୍କୁ ଆକୃଷ୍ଟ କରିଥିଲା ା ଯେଉଁ ନୃତ୍ୟର ତାଳେ ତାଳେ ଦର୍ଶକ ବେଶ୍‌ ଝୁମିଥିଲେ। ଏହି ଅବସରରେ ଯାତ୍ରା କଳାକାର ରତିକାନ୍ତ ପରିଡାଙ୍କୁ ସମ୍ମାନିତ କରାଯାଇଥିଲା ା ସିନେ ତାରକା ସ୍ବରାଜ ବାରିକଙ୍କ ନୃତ୍ୟ ସାଙ୍ଗକୁ ଉପସ୍ଥାପିକା ଖୁସିଙ୍କ ସୁନ୍ଦର ଉପସ୍ଥାପନା ଦର୍ଶକଙ୍କୁ ବେଶ୍‌ ଆକୃଷ୍ଟ କରିଥିଲା ା ଉଦଯାପନୀ ଦିବସର କାର୍ଯ୍ୟକ୍ରମକୁ ଉପଭୋଗ କରିବା ନିମନ୍ତେ ହଜାର ହଜାର ଦର୍ଶକଙ୍କ ଭିଡ ପରିଲକ୍ଷିତ ହୋଇଥିଲା ା ଗତ ୨୯ ତାରିଖରୁ ଆରମ୍ଭ ହୋଇଥିବା ଉପଖଣ୍ଡସ୍ତରୀୟ ଉଦଳା ମହୋସତ୍ବ ଧୁମୁସା – ୨୦୧୯କୁ ପରିଚାଳନାରେ କମିଟିର ସଭାପତି ଉପଜିଲାପାଳ ବେହେରା, ସଂଯୋଜକ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କ ସମେତ କମିଟିର ସଦସ୍ୟ ସରୋଜ କୁମାର ପ୍ରଧାନ, କୃଷ୍ଣଚୈତନ୍ୟ ସଦୁଆଳ, ଅତନୁ କୁମାର ତ୍ରିପାଠୀ, କ୍ଷୀରୋଦ ରଞ୍ଜନ ମହାନ୍ତି, ଅଧ୍ୟାପକ ଦିଲ୍ଲୀପ କୁମାର ପ୍ରାମାଣିକ, ସନ୍ଦୀପ ମହାନ୍ତି, ରମେଶ ଚନ୍ଦ୍ର ପୃଷ୍ଟି, ସନ୍ତୋଷ କୁମାର ବାଚ୍ଛିନୀ, କିଶୋର ଚନ୍ଦ୍ର ଦାସବାବୁ ପ୍ରମୁଖ ସହଯୋଗ କରିଥିଲୋ