ସରିଲା କ୍ୟାବିନେଟ୍‌ ବୈଠକ: ୪ଟି ପ୍ରସ୍ତାବ ଉପରେ ଲାଗିଲା ମୋହର

ଭୁବନେଶ୍ୱର,୧୭ା୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୋମବାର ଓଡ଼ିଶା ସରକାରଙ୍କ କ୍ୟାବିନେଟ ବୈଠକ ବସିଛି। ପୂର୍ବାହ୍ନ ୯ଟା ୪୫ରେ ଲୋକସେବା ଭବନରେ ଏହି ବୈଠକରେ ୪ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ସାଧାରଣ ପ୍ରଶାସନ, ବାରିପଦା ମେଡିକାଲ କଲେଜ ପାଇଁ ୧୫୦ କୋଟି ଟଙ୍କା ଖର୍ଚ୍ଚ, ଉଚ୍ଚଶିକ୍ଷା ବିଭାଗ ସମ୍ବନ୍ଧୀୟ ପ୍ରସ୍ତାବ, ଏସସି/ଏସ୍‌ଟି ଏବଂ ପଛୁଆ ବର୍ଗଙ୍କ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ଜଣାପଡିଛି। ଜରୁରୀ ଭାବେ ଡକାଯାଇଥିବା ଏହି ବୈଠକରେ ସମସ୍ତ ମନ୍ତ୍ରୀ ଯୋଗ ଦେଇଥିଲେ।

Share