ସରିଲା ଜଉକଣ୍ଢେଇ ବାହାଘର : ବରଘର ପକ୍ଷରୁ ‘ରକ୍ତ ଦେବି ଜୀବନ ବଞ୍ଚାଇବି’ କାର୍ଯ୍ୟକ୍ରମ

ବାଲେଶ୍ୱର ଅଫିସ, ୧।୬-ବାଲେଶ୍ୱରର ଲୋକପର୍ବ ଜଉକଣ୍ଡେଇ ବାହାଘର ଉତ୍ସବ କମିଟି ପକ୍ଷରୁ ସମ୍ପନ୍ନ ହୋଇଛି। କନ୍ୟା ଟୁସୁକୁ ଧରି ବର ଶଙ୍କର ଗାନ୍ଧୀ ସ୍ମୃତିଭବନସ୍ଥିତ ଘରେ ପହଞ୍ଚତ୍ଛନ୍ତି। ସେଠାରେ ସେମାନଙ୍କୁ ଏକ ମଞ୍ଚରେ ସୁନ୍ଦର ଭାବେ ସଜାଯାଇ ବସା ଯାଇଛି। ବରଘରେ କନ୍ୟାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମୁଛି। ଏହି ଅବସରରେ ପ୍ରତି ସନ୍ଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା ଆୟୋଜନ କରାଯାଇଛି। ଅତିଥିମାନେ ଉତ୍ସବରେ ଯୋଗଦେଇ ଜଉକଣ୍ଢେଇ ପରମ୍ପରା ଏବଂ ଲୋକପର୍ବ ସମ୍ପର୍କରେ ନୂଆ ତଥ୍ୟ ପ୍ରଦାନ କରୁଛନ୍ତି। ଲଗ୍ନଧରା କାର୍ଯ୍ୟକ୍ରମରେ ବରଘର ତରଫରୁ କନ୍ୟାଘରକୁ ‘ବିଜ୍ଞାନକୁ ଆଦରନ୍ତୁ ଓ ଅନ୍ଧବିଶ୍ୱାସକୁ ଦୂରାନ୍ତୁ’ ଏବଂ କନ୍ୟାଘର ପକ୍ଷରୁ ବରଘରକୁ ‘ରକ୍ତ ଦେବି ଜୀବନ ବଞ୍ଚାଇବି’ ଦାବି କରାଯାଇଥିଲା। ଏହି ଅବସରରେ ଶନିବାର ପୂର୍ବାହ୍ନରେ ଗାନ୍ଧୀ ସ୍ମୃତିଭବନ ପରିସରରେ ବରଘର ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏଥିରେ ୩୦ ୟୁନିଟ୍‌ ରକ୍ତ ସଂଗୃହ କରାଯାଇଥିଲା। ରକ୍ତଦାନ ଶିବିରକୁ ଚଳିତବର୍ଷର ବରପିତା ନାଟ୍ୟ ନିର୍ଦ୍ଦେଶକ ସୁରଞ୍ଜନ ଦାସ ମହାପାତ୍ର ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। କମିଟି ସଦସ୍ୟ ରାଜେଶ ଗିରି, ଆଇନଜୀବୀ ରଘୁନାଥ ଲେଙ୍କା, ବ୍ରହ୍ମ ରଥ, ଜୟଶ୍ରୀ ସାହୁ, ଇଂ. ହୃଷିକେଶ ସାହୁ, ଶିଳ୍ପୀ କେଶୁ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ପରିଚାଳିତ ହୋଇଥିଲା।
ଶୁକ୍ରବାର ସନ୍ଧ୍ୟାରେ ଆୟୋଜିତ ସଭାକୁ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ମଧୁମିତା ଦାସ ମୁଖ୍ୟଅତିଥି ଭାବେ ଉଦ୍‌ଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବରେ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା, ଅତିରିକ୍ତ ଜିଲାପାଳ ସମ୍ବିତ ନାୟକ, ଡ଼ିଏଫ୍‌ଓ ବିଶ୍ୱରାଜ ପଣ୍ଡା, ପୂର୍ବତନ ନଗରପାଳ ଆଲୋକ କୁମାର ସାହୁ, ମୁଖ୍ୟବକ୍ତା ଭାବରେ କଲିକତା ସରକାରୀ କଳା ମହାବିଦ୍ୟାଳୟର ଭାସ୍କର୍ଯ୍ୟ ବିଭାଗର ମୁଖ୍ୟ ଅଖିଳ ଚନ୍ଦ୍ର ଦାସ, ପୂର୍ବବର୍ଷମାନଙ୍କର ବରପିତା ଇଂ. ଅଶୋକ ମହାପାତ୍ର, ରବିନାରାୟଣ ଦାଶ, ମଧୁସୂଦନ ଦାସ ଓ ବିମଳ ଜେନା, ଚଳିତବର୍ଷର କନ୍ୟା ପିତା ରାଜକିଶୋର ରଣା ଯୋଗଦେଇ ଜଉକଳାର ପ୍ରଚାର ପ୍ରସାର ପାଇଁ ହେଉଥିବା ଏ ପ୍ରକାର କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ। ପ୍ରାରମ୍ଭିକ କଥା ସୁଶାନ୍ତ କୁମାର ବେହେରା ରଖିଥିବା ବେଳେ ଶେଷ କଥା ରଖିଥିଲେ ମନସ୍ବନୀ ଦେବୀ। ଏହି ଅବସରରେ ବାରିପଦାରୁ ଆସିଥିବା ଛଉ ନୃତ୍ୟ ଦଳ ନୃତ୍ୟ ପରିବେଷଣ କରିଥିଲେ। ଅପରାହ୍ନରେ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ୧୫ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁଭଦ୍ରା ଯୋଜନା ଫର୍ମ ବଣ୍ଟନରେ ଅବହେଳା: ଅଙ୍ଗନଓ୍ବାଡି କର୍ମୀଙ୍କ ଦରମା ବନ୍ଦ

ବାଲେଶ୍ୱର, ୭।୯(ବାଞ୍ଛାନିଧି ଦେ)-ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ସୁଭଦ୍ରା ଯୋଜନା ଆବେଦନ ଫର୍ମ ବଣ୍ଟନରେ ଅବହେଳା କରିଥିବା ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ...

ତନିସ୍କ ପକ୍ଷରୁ ବାରିପଦାରେ ଭବ୍ୟ ଷ୍ଟୋରର ଶୁଭାରମ୍ଭ

ବାରିପଦା,୬ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ)- ଟାଟାର ଅଂଶ ତଥା ଭାରତର ସର୍ବବୃହତ୍‌ ଗହଣା ଖୁଚୁରା ବ୍ରାଣ୍ଡ୍‌ ତନିସ୍କ ପକ୍ଷରୁ ଓ ୧୭ତମ ମୟୂରଭଞ୍ଜ ଜିଲା ବାରିପଦାରେ ଏହାର...

ମଦ ବୋଝେଇ ସ୍କର୍ପିଓରେ ନିଆଁ ଲଗାଇ ଦେଲେ ଲୋକେ

ସିମୁଳିଆ,୫।୯(ସନ୍ତୋଷ ନାୟକ): ବାଲେଶ୍ବର ଜିଲା ସିମୁଳିଆ ଥାନାଠାରୁ ୨କି.ମି. ଦୂର ୧୬ନମ୍ବର ଜାତୀୟ ରାଜପଥର ଭଗିଆ ଗାଁ ନିକଟରେ ଗୁରୁବାର ରାତିରେ ଏକ ମଦ ବୋଝେଇ...

ସୁଭଦ୍ରା ଯୋଜନା: ଶେଷ ମୁହୂର୍ତ୍ତରେ ଆଧାର ସଂଶୋଧନ ପାଇଁ ଜନସେବା କେନ୍ଦ୍ରରେ ବିଶୃଙ୍ଖଳା

ସୋର,୪।୯(ଜନ୍ମେଜୟ ମିଶ୍ର): ଓଡ଼ିଶା ସରକାରଙ୍କ ଫ୍ଲାଗସିପ୍ ଯୋଜନା ‘ସୁଭଦ୍ରା ଯୋଜନା’ ଶହ ଶହ ମହିଳାଙ୍କୁ ଆଧାର କାର୍ଡ ଅପଡେଟ୍ / ସଂଶୋଧନ କରିବା ପାଇଁ ଆଧାର...

୩ ମାସ ତଳେ କରିଥିଲେ ବିବାହ, ଘରୁ ମିଳିଲା ଝୁଲନ୍ତା ମୃତଦେହ: ନବବଧୂଙ୍କ ବାପା ଆଣିଲେ ସାଂଘାତିକ ଅଭିଯୋଗ

ଖଇରା,୩।୯(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ଥାନା ଗଡପୋଖରୀ ପଞ୍ଚାୟତ ଅଧୀନ ତେନ୍ତଳାଗଡିଆ ଗ୍ରାମରେ ମାତ୍ର ୩ ମାସ ତଳେ ବିବାହ କରିଥିବା ଜଣେ ନବବଧୂଙ୍କ...

ମା’ ପାଇଁ ଗଛଟିଏ ଲଗାଇଲେ ବିଧାୟକ

ରସାଳପୁର, ୩।୯(ଶରତ ସାମଲ): ବାଲେଶ୍ୱର ଜିଲା ରେମୁଣା ନିର୍ବାଚନମଣ୍ଡଳୀ ଅଧୀନ ଖାନନଗର ପଞ୍ଚାୟତ ବାଙ୍ଗରା ଗ୍ରାମସ୍ଥିତ ନୀଳକଣ୍ଠେଶ୍ୱର ମହାବିଦ୍ୟାଳୟର ଯୁକ୍ତ ୩ ଡିଗ୍ରୀ କଲେଜ ପକ୍ଷରୁ...

ବାପଘରୁ ଶାଶୁଘର ଫେରିବା ବେଳେ ମହିଳାଙ୍କୁ ଗଣବଳାତ୍କାର

ବାଲେଶ୍ୱର,୩୦।୮(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ବାଲିଆପାଳ ଥାନା ଅଞ୍ଚଳରୁ ଏକ ଲଜ୍ଜାକର ଘଟଣା ସାମ୍‌ନାକୁ ଆସିଛି। ଜଣେ ମହିଳାଙ୍କୁ ଗଣବଳାତ୍କାର କରାଯାଇଥିବା ବାଲିଆପାଳ ଥାନାରେ ଅଭିଯୋଗ...

ଯୁବକ ପାଇଲେ ନୂଆ ପରିଚୟ: ଅଜୟରୁ ଏବେ ରିଙ୍କି

ଜଳେଶ୍ୱର,୩୦ା୮(ନବୀନ ସାହୁ): ଥିଲେ ପୁଅ, ହେଲେ ଝିଅ। ଦିଲ୍ଲୀର ଏକ ଘରୋଇ ହସ୍‌ପିଟାଲରେ ବିରଳ ଅସ୍ତ୍ରୋପଚାର ପରେ ଜଣେ ଯୁବକ ପାଇଛନ୍ତି ନୂଆ ପରିଚୟ। ସମାଜରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri