ସରିଲା ଜିଲା ବରିଷ୍ଠ ଖୋ-ଖୋ ଦଳ ଚୟନ: ୬ରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗନେବେ

ରସୁଲପୁର,୪ା୧୨(ଡି.ଏନ୍‌.ଏ.)- ରସୁଲପୁର ବ୍ଲକ ଅନ୍ତର୍ଗତ ଖଣ୍ଡିତର ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ମଙ୍ଗଳବାର ଯାଜପୁର ଜିଲାସ୍ତରୀୟ ଖୋ-ଖୋ ଦଳ ଚୟନ ପ୍ରକ୍ରିୟା ଚୂଡ଼ାନ୍ତ ହୋଇଛି। ବରିଷ୍ଠ ବିଭାଗର ପୁରଷ ଓ ମହିଳାଦଳ ମନୋନୟନ କରାଯାଇ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ଉଭୟଦଳ କଟକ ଜିଲାର ଆଠଗଡ଼ଠାରେ ଡିସେମ୍ବର ୬ତାରିଖରେ ଆରମ୍ଭ ହେବାକୁ ଥିବା ରାଜ୍ୟସ୍ତରୀୟ ଖୋ-ଖୋ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ବୋଲି ଜଣାପଡିଛି। ପ୍ରତ୍ୟେକ ଦଳରୁ ୧୨ଜଣ ଲେଖାଏ ଖେଳାଳି ମନୋନୟନ କରାଯାଇଛି। ଏଥିସହ ଦୁଇଜଣ ପ୍ରଶିକ୍ଷକ ଓ ଜଣେ ପରିଚାଳଙ୍କ ଉପରେ ଦଳର ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଚଳିତବର୍ଷ ଯାଜପୁର ଖୋ-ଖୋ ଦଳ ଭଲ ଖେଳ ପ୍ରଦର୍ଶନ କରିବ ବୋଲି ଯାଜପୁର ଜିଲା କ୍ରୀଡା ସଂସଦର ସଂପାଦକ ସମ୍ବିତ ମହାନ୍ତି ଆଶା ପ୍ରକଟ କରିଛନ୍ତି ା ଏଠାରେ ଅନୁଷ୍ଠିତ ଚୟନ ପ୍ରକ୍ରିୟାକୁ ଅଫିସିଆଲ ଭାବରେ ଶଙ୍କର୍ଷଣ ବେହେରା, ସ୍ବାତିସୁଚରିତା ପତି, ଶିବାନୀ ସିଂ, ସୁନନ୍ଦ ରାଉତ, କ୍ରିଡା ଶିକ୍ଷକ ଅନାଦି ସାହୁ ପ୍ରମୁଖ ପିରଚାଳନା କରିଥିଲେ ା ଏହି ଚୟନ ପ୍ରକ୍ରିୟାରେ ଜିଲାର ୧୦ଟି ବ୍ଲକ ଓ ୨ଟି ପୌରପରିଷଦ ଅଂଚଳରୁ ଖେଳାଳିମାନେ ଯୋଗଦେଇ ନିଜର କ୍ରୀଡାନୈପୁଣ୍ୟ ପ୍ରଦର୍ଶନ କରିଥିଲେ।