Categories: ଜାତୀୟ

ସରିଲା ନିର୍ବାଚନ: ଏବେ ମେ ୨୩କୁ ସମସ୍ତଙ୍କ ଅପେକ୍ଷା

ନୂଆଦିଲ୍ଲୀ, ୧୯।୫: ଶେଷ ହୋଇଛି ୨୦୧୯ ସାଧାରଣ ନିର୍ବାଚନ। ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ଲୋକସଭା ର୍ନିବାଚନ ପାଇଁ ରବିବାର ମତଦାନ ଶେଷ ହୋଇଛି। ତେବେ ଅପରାହ୍ନ ୫ଟା ସୁଦ୍ଧା ୫୨.୯୮ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି। ଏବେ ମେ ୨୩ ଉପରେ ସମସ୍ତଙ୍କ ନଜର ରହିଛି। ଏହି ଦିନ ଲୋକସଭା ଏବଂ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ସିକ୍କିମ ବିଧାନସଭା ନିର୍ବାଚନର ଭୋଟଗଣତି ଏବଂ ଫଳାଫଳ ଘୋଷଣା ହେବ। ଶେଷ ପର୍ଯ୍ୟାୟରେ ଦେଶର ୭ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫୯ଟି ଆସନପାଇଁ ମତଦାନ ଅନୁଷ୍ଠିତ ହୋଇଛି। ଏହି ପର୍ଯ୍ୟାୟରେ ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସର ମୀରା କୁମାର,ଶତ୍ରୁଘ୍ନ ସିଂହ୍ନା ଏବଂ ଜେଏମଏମର ଶିବୁ ସୋରେନଙ୍କ ଭାଗ୍ୟ ନିର୍ଦ୍ଧାରିତ ହେବ।

Share