Categories: ଜାତୀୟ

ସରିଲା ଶିବସେନା, ଏନ୍‌ସିପି, କଂଗ୍ରେସର ବୈଠକ

ମୁମ୍ବାଇ,୨୨।୧୧: ମହାରାଷ୍ଟ୍ରରେ ରାଜନୀତି ବେଳକୁ ବେଳ ରୋଚକ ହେବାରେ ଲାଗିଛି। ଶିବସେନା ସହ ମେଣ୍ଟ କରୁଥିବା ଏନ୍‌ସିପି ଓ କଂଗ୍ରେସକୁ ନେଇ ଶୁକ୍ରବାର ଏକ ବୈଠକର ଆୟୋଜନ କରାଯାଇଥିଲା। ଏହି ବୈଠକ ଉପରେ ସମସ୍ତଙ୍କ ନଜର ଥିଲା। ଶୁକ୍ରବାର ସନ୍ଧ୍ୟାରେ ଏହି ବୈଠକ ସରିଥିଲେ ମଧ୍ୟ ଏଥିରୁ କୌଣସି କଥା ସ୍ପଷ୍ଟ ହୋଇ ନାହିଁ। ଏହା ସରିବା ପରେ ଖବରଦାତାଙ୍କୁ ସୂଚନା ଦେଇ ଶିବସେନା ମୁଖ୍ୟ ଶରଦ ପାଓ୍ବାର କହିଛନ୍ତି ଏବେବି ଆଲୋଚନା ଜାରି ରହିଛି। ଶନିବାର ଏକ ଖବରଦାତା ସମ୍ମିଳନୀ ମାଧ୍ୟମରେ ଆମେ ଏ ସର୍ମ୍ପକରେ ସୂଚନା ଦେବୁ। ଶିବସେନା, ଏନ୍‌ସିପି ଓ କଂଗ୍ରେସ ଉକ୍ତ ଖବରଦାତା ସମ୍ମିଳନୀରେ ଉପସ୍ଥିତ ରହିବା ସହ କେବେ ସରକାର ଗଠନ ହେବ ଓ ସେ ନେଇ ଆମେ କେବେ ରାଜ୍ୟପାଳଙ୍କୁ ଭେଟିବୁ ତାହା ମଧ୍ୟ ସ୍ପଷ୍ଟ କରିବୁ ବୋଲି ପାଓ୍ବାର କହିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଉଦ୍ଧବ ଠାକରେଙ୍କ ନାଁ ବୈଠକରେ ଆଲୋଚନା ହୋଇଛି ବୋଲି ପାଓ୍ବାର କହିଛନ୍ତି। ସୂଚନାଯୋଗ୍ୟ, ଗତ ଅକ୍ଟୋବରରୁ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସରିଥିବା ବେଳେ ଏପର୍ଯ୍ୟନ୍ତ ସେଠାରେ ସରକାର ଗଠନ ହୋଇପାରି ନାହିଁ। ଶିବସେନାର ଭାରତୀୟ ଜନତା ପାର୍ଟି(ଭାଜପା) ସହ ମେଣ୍ଟ ଭାଙ୍ଗିବା ପରେ ଏଠାରେ କୈଣସି ଦଳକୁ ସଂଖ୍ୟା ଗରିଷ୍ଠତା ନ ମିଳିବା କାରଣରୁ ଏବେ ସେଠାରେ ରାଷ୍ଟ୍ରପତି ଶାସନ ଜାରି କରାଯାଇଛି।

Share