ସରିଲା ସଙ୍ଗରୋଧ ଅବଧି: ଫେରିଲେ ଗଞ୍ଜାମ, ଗଜପତିର ୯ ଶ୍ରମିକ

କୋଲନରା,୨୯ା୪: ରାୟଗଡ଼ା ଜିଲା କୋଲନରା ବ୍ଲକ୍‌ ଥେରୁବାଲି ଏବଂ ସୂରୀ ପଞ୍ଚାୟତର ଜାମୁଲେଲିବାଡ଼ିସ୍ଥିତ କରୋନା ଆଶ୍ରୟସ୍ଥଳୀରେ ଥିବା ଗଞ୍ଜାମ ଓ ଗଜପତି ଜିଲାର ୯ ଶ୍ରମିକ ବୁଧବାର ଘରକୁ ଫେରିଛନ୍ତି। ଏକ ସ୍ବତନ୍ତ୍ର ଗାଡ଼ି ଯୋଗେ ଥେରୁବାଲିଠାରେ ଥିବା ଗଞ୍ଜାମ ଜିଲାର ବେଲଗୁଣ୍ଠା ବ୍ଲକ୍‌କୁ ୫ ଜଣଙ୍କୁ ପଠାଯାଇଥିବାବେଳେ ଗଜପତି ଜିଲା ରାୟଗଡ଼ ବ୍ଲକ୍‌ର ୪ ଶ୍ରମିକଙ୍କୁ ବୋଲେରୋ ଗାଡ଼ିରେ ପଠାଯାଇଛି। ପ୍ରଶାସନ ପକ୍ଷରୁ ଏ ନେଇ ବ୍ୟବସ୍ଥା କରାଯାଇଥିଲା। ସମସ୍ତ ଶ୍ରମିକଙ୍କୁ ମାସ୍କ, ଗାମୁଛା, ପାଣି ବୋତଲ, ଖାଦ୍ୟ ସହ ପାସ୍‌ ଦେଇ ଛଡ଼ାଯାଇଛି। ଏହି ସମୟରେ କୋଲନରା ପଞ୍ଚାୟତ ସମିତି ଅଧ୍ୟକ୍ଷା ଗୀତା କଣ୍ଡାଗରୀ, ବିଡିଓ ତାପସ ଭୋଇ, ଏବିଡିଓ କେ. ଶିବ ଗୋପାଳ ରାଓ, ବିଏସ୍‌ଏସ୍‌ଓ ଶ୍ରୀକାନ୍ତ ପାଣିଗ୍ରାହୀ, ଜିପିଇଓ ରମେଶ ଚନ୍ଦ୍ର ଯୋଶୀ, ପିଇଓ ଭି. ମୂରଲୀ କ୍ରିଷ୍ଣା, ସ୍ବେଚ୍ଛାସେବୀ ଇପିଲି ଚନ୍ଦ୍ରଶେଖର, ଆଗୁଲୁ ପାତ୍ର, ପିଏ ପଦ୍ମ ଚରଣ ପାଢ଼ୀ ଉପସ୍ଥିତ ଥିଲେ।

Share