ସରିଲା ସଙ୍ଗରୋଧ ଅବଧି: ୨୪ ପ୍ରବାସୀ ହେଲେ ଘର ବାହୁଡ଼ା

ଚୌଦ୍ୱାର,୮।୬(ଡି.ଏନ୍‌.ଏ): କଟକ ଜିଲା ଚୌଦ୍ୱାର ପୌରପାଳିକା ପକ୍ଷରୁ ଚୌଦାର କଲେଜ ଛାତ୍ରୀ ନିବାସରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରରୁ ଦୀର୍ଘ ୧୪ ଦିନ ପରେ ସୋମବାର ୨୪ ପ୍ରବାସୀ ଘର ବାହୁଡ଼ା ହୋଇଛନ୍ତି। ପ୍ରବାସୀମାନେ ନିଜ ଉଦ୍ୟମରେ ଫୁଲ ତୋଡ଼ା ଓ ଉତ୍ତରୀୟ ବ୍ୟବସ୍ତା କରି ନିର୍ବାହୀ ଅଧିକାରୀ ପବିତ୍ର ବେହେରା ଓ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହା ସହ ପୌରପାଳିକା ତରଫରୁ ଦିଆଯାଇଥିବା ସମସ୍ତ ସୁବିଧା ସୁଯୋଗକୁ ନେଇ ଅଧିକାରୀଙ୍କୁ ପ୍ରଂଶସା କରିଛନ୍ତି। ଏହି ଅବସରରେ ପ୍ରବାସୀମାନଙ୍କୁ ସରକାରଙ୍କ ଘୋଷଣା ଅନୁଯାୟୀ ୨୦୦୦ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରାଯାଇଛି।

Share