ସରିଲା ସୀମାନ୍ତ ମହୋତ୍ସବ: ‘ଯୁବପିଢି ଚାକିରି ପଛରେ ନ ଗୋଡାଇ ସ୍ବାବଲମ୍ବୀ ହୁଅ’

ରେମୁଣା, ୨୨ା୧୧(ଡି.ଏନ.ଏ.)-ବିଜୁ ପଟ୍ଟନାୟକ ସ୍ମୃତି କମିଟି, ସୀମାନ୍ତ ମହୋତ୍ସବ କମିଟି ଓ ଯାତ୍ରା କମିଟିର ମିଳିତ ଆନୁକୂଲ୍ୟରେ ବାଲେଶ୍ୱର ମୟୂରଭଞ୍ଜ ସୀମାନ୍ତ ଦୁର୍ଗାଦେବୀ ରାଉତୁରାପୁରଠାରେ ଚାଲିଥିବା ୪ଦିନିଆ ସୀମାନ୍ତ ମହୋତ୍ସବ, ବୋଇତ ବନ୍ଦାଣ ଓ ଗଜାସୁରପୋଡ଼ି ବୁଧବାର ରାତିରେ ଉଦଯାପିତ ହୋଇଯାଇଛି। ମହୋତ୍ସବ କମିଟି ସଭାପତି ପ୍ରଭାତ କୁମାର ବିଶ୍ୱାଳଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ମୟୂରଭଞ୍ଜ ମୋରଡ଼ା ବିଧାୟକ ରାଜକିଶୋର ଦାସ ଦୁଇ ଜିଲାର ସାଂସ୍କୃତିକ, ଭାଷାଗତ ଓ ଭାବଗତ ଐକ୍ୟ ବିଷୟରେ ବକ୍ତବ୍ୟ ଦେଇ ଭୌଗୋଳିକ ଦୃଷ୍ଟିରୁ ଅଲଗା ହେଲେ ମଧ୍ୟ ଦୁଇ ଜିଲାର ଲୋକଙ୍କ ଐତିହ୍ୟ ଏକ ବୋଲି କହିଥିଲେ ା ସମ୍ମାନିତ ଅତିଥି ଭାବେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଯୁବପିଢ଼ି ଚାକିରି ପଛରେ ନ ଗୋଡ଼ାଇ ସ୍ବାବଲମ୍ବୀ ହେବାକୁ ଆହ୍ବାନ ଦେଇଥିଲେ ା ଅନ୍ୟତମ ସମ୍ମାନିତ ଅତିଥିଙ୍କ ମଧ୍ୟରେ ବରଗଡ଼ ଧନୁଯାତ୍ରାର କଂସ ଭୂମିକାରେ ଅଭିନୟ କରି ଖ୍ୟାତିଲାଭ କରିଥିବା ଭୁବନେଶ୍ୱର ପ୍ରଧାନ ତାଙ୍କ ଚିରାଚରିତ ଡାଇଲଗରେ ଉପସ୍ଥିତ ଲୋକଙ୍କୁ ନିମଜ୍ଜିତ କରିଥିଲେ ା ଆଲବମ୍‌ ତାରକା ରାନୀ ପ୍ରିୟଦର୍ଶିନୀ ସାହୁ, ସୋମନାଥପୁର ଶାନ୍ତି କମିଟି ସଭାପତି ଧୀରେନ୍ଦ୍ର କୁମାର ମହାପାତ୍ର, ଅର୍ଜୁନ ଦଳେଇ ଓ ନଳିନୀ ପଣ୍ଡା ପ୍ରମୁଖ ବକ୍ତବ୍ୟ ଦେଇଥିଲେ ା ଏହି ଅବସରରେ ଜ୍ଞାନରଞ୍ଜନ ଦାସଙ୍କୁ ଶିଳ୍ପଦ୍ୟୋଗୀ ସମ୍ମାନ, କଂସ ମହାରାଜ ପ୍ରଧାନଙ୍କୁ କଳା ଗୌରବ ସମ୍ମାନ, ରବି ରାଉତଙ୍କୁ ସାମ୍ବାଦିକ ଗୌରବ ସମ୍ମାନ, ଆଲବମ ତାରକା ସୁଶ୍ରୀ ସାହୁଙ୍କୁ ଅଭିନୟ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଥିଲା ା ପରେ ବିରାଟକାୟ ଗଜାସୁର ଦେହରେ ମୁଖ୍ୟଅତିଥି ଅଗ୍ନି ସଂଯୋଗ କରିଥିଲେ। ଏହାପରେ ଆକର୍ଷଣୀୟ ଆତସବାଜି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ଆରମ୍ଭ ଓ ଶେଷରେ ସଂସ୍କୃତି ବିଭାଗ ତରଫରୁ ସମ୍ବଲପୁରୀ ନୃତ୍ୟ ସଙ୍ଗୀତ ପରିବେଷିତ ହୋଇଥିଲା ା