ସରୋଜିନୀ ନାଇଡୁଙ୍କ ଭୂମିକାରେ ନଜର ଆସିବେ ରାମାୟଣର ସୀତା, ମିଳିଛି ବାୟୋପିକ୍‌ର ଅଫର୍‌

ବମ୍ବେ: ଭାରତର ବୁଲ୍‌ବୁଲ୍‌ ସରୋଜିନୀ ନାଇଡୁଙ୍କ ଜୀବନ କାହାଣୀ ଉପରେ ନିର୍ମାଣ ହେବ ବାୟୋପିକ୍‌। ଏଥିରେ ପ୍ରମୁଖ ଭୂମିକାରେ ନଜର ଆସିପାରନ୍ତି ରାମାୟଣର ସୀତା ଦୀପିକା ଚିଲଖିଆ। ନିକଟରେ ଏକ ସାକ୍ଷାତକାରରେ ଦୀପିକା ଏହା ସ୍ପଷ୍ଟ କରିଛନ୍ତି। ତାଙ୍କୁ ଫିଲ୍ମ ଅଫର ମିଳିଥିବା ବେଳେ ସେ ଏହାକୁ କରିବାକୁ ହଁ କହି ନ ଥିବା ପ୍ରକାଶ କରିଛନ୍ତି।

ଫିଲ୍ମଟିକୁ ଧୀରଜ ମିଶ୍ର ଲେଖିଥିବା ବେଳେ ସେ ହିଁ ଏହାକୁ ନିର୍ଦ୍ଦେଶନା ଦେବେ। ଏବେ ଲକ୍‌ଡାଉନ୍‌ ଜାରି ରହିଥିବାରୁ କାହାଣୀ ଶୁଣିପାରିନାହାନ୍ତି ଦୀପିକା। ଏହା ଶେଷ ହେବା ପରେ ସେ କାହାଣୀ ଶୁଣିବେ। ସବୁକିଛି ଠିକ୍‌ ରହିଲେ ସେ ଫିଲ୍ମ କରିବେ ବୋଲି କହିଛନ୍ତି।

Share