Categories: ଖେଳ

ସର୍ଜରୀରୁ ପ୍ରତ୍ୟାବର୍ତ୍ତନ ପରେ ମୁରେଙ୍କ ଶ୍ରେଷ୍ଠ ପ୍ରଦର୍ଶନ

ବେଜିଂ, ୧।୧୦ (ଏଏଫ୍‌ପି)- ବ୍ରିଟେନ ଟେନିସ ଷ୍ଟାର୍‌ ଆଣ୍ଡି ମୁରେ ସର୍ଜରୀରୁ ପ୍ରତ୍ୟାବର୍ତ୍ତନ କରିବା ପରେ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ଏଠାରେ ଚାଲିଥିବା ଚାଇନା ଓପନ୍‌ର ପ୍ରଥମ ରାଉଣ୍ଡର ଏକ ମୁକାବିଲାରେ ୩୨ ବର୍ଷୀୟ ମୁରେ ୭-୬ (୭/୨), ୭-୬ (୯/୭) ସେଟ୍‌ରେ ବିଶ୍ୱ ମାନ୍ୟତାର ତ୍ରୟୋଦଶ ସ୍ଥାନରେ ଥିବା ମାଟ୍ଟେଓ ବେରେଟିନିଙ୍କୁ ପରାସ୍ତ କରିଛନ୍ତି। ଗତ ୟୁଏସ୍‌ ଓପନ୍‌ ଗ୍ରାଣ୍ଡସ୍ଲାମ ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଥିବା ଇଟାଲୀର ବେରେଟିନି ୨ ଘଣ୍ଟା ଲଢ଼େଇ କରି ଏହି ମ୍ୟାଚ୍‌କୁ ଶେଷରେ ହାରିଯାଇଥିଲେ। ଗତ ଜାନୁୟାରୀରେ ମୁରେଙ୍କ ଅସ୍ତ୍ରୋପଚାର କରାଯାଇଥିଲା। ଏଥିରୁ ସୁସ୍ଥ ହୋଇ ଗତ ସପ୍ତାହରେ ସେ ଏକ ଏଟିପି ସିଙ୍ଗଲ୍ସ ମ୍ୟାଚ୍‌ ଜିତିଥିଲେ। ତିନିଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ହୋଇଥିବା ୩୨ ବର୍ଷୀୟ ମୁରେ ବର୍ତ୍ତମାନ ବିଶ୍ୱ ମାନ୍ୟତାର ୫୦୩ତମ ସ୍ଥାନରେ ରହିଛନ୍ତି।

Share