ସର୍ଟ ଡ୍ରେସ୍‌କୁ ନେଇ ଟ୍ରୋଲ୍‌ ହେଲେ ପ୍ରିୟଙ୍କା

ନ୍ୟୁୟର୍କ: ବଲିଉଡ୍‌ ଦେଶି ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ ତାଙ୍କ ସ୍ବାମୀଙ୍କ ସହ ନ୍ୟୁୟର୍କରେ ରହୁଛନ୍ତି। ହେଲେ ନିକଟରେ ସେ ଏମିତି ଏକ ଡ୍ରେସ୍‌ରେ ନଜର ଆସିଛନ୍ତି ଯାହା ଫଳରେ ତାଙ୍କୁ ଟ୍ରୋଲ୍‌ ହେବାକୁ ପଡିଛି। ନ୍ୟୁୟର୍କରେ ନିଜ ଆପାର୍ଟମେଣ୍ଟ ବାହାରକୁ ଆସିଥିବା ପ୍ରିୟଙ୍କା ଏକ ସର୍ଟ ଡ୍ରେସ୍‌ ପିନ୍ଧିଥିଲେ। ଯେଉଁଥିିରେ ସେ ଖୁବ୍‌ ସ୍ମାର୍ଟ ଲାଗୁଥିଲେ। ହେଲେ ତାଙ୍କ ମାଟିଆ କଲର୍‌ ପ୍ୟାଣ୍ଟ ସାଙ୍ଗକୁ ବ୍ଲାକ କଲର୍‌ ଟପ୍ସ ଓ ବ୍ଲାକ୍‌ କଲର କୋର୍ଟକୁ ଦେଖି ଦର୍ଶକେ ତାଙ୍କୁ ଆଏସ୍‌ଏସ୍‌ର ଡ୍ରେସ୍‌ ସହ ତୁଳନା କରି ଟ୍ରୋଲ୍‌ କରିଛନ୍ତି। ସୋସିଆଲ ମିଡିଆରେ ପ୍ରିୟଙ୍କାଙ୍କର ଏମିତି କିଛି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି।

Share