Categories: ଫୁରସତ

ସର୍ତ୍ତ ପୂରା କରିବାକୁ ଯାଇ ଘଟିଲା ମୃତ୍ୟୁ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଜଣେ ବ୍ୟକ୍ତି ଏମିତି ସର୍ତ୍ତ କରିଥିଲେ ଯେ ଏହାକୁ ଜିତିବା ପାଇଁ ଶେଷରେ ତାଙ୍କର ମୃତ୍ୟୁ ଘଟିଛି। ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଅଷ୍ଟ୍ରେଲିଆର ବ୍ରିସବେନ୍‌ଠାରେ ଏକ ପାର୍ଟିରେ ୩୪ ବର୍ଷୀୟ ଡେବିଡ୍‌ ଡୁବେଲ ଖାଇବା ସର୍ତ୍ତ ପୂରା କରିବାକୁ ସଂଖ୍ୟାଧିକ ଝିଟିପିଟି ଖାଇ ଦେଇଥିଲେ। ଫଳରେ ପେଟରେ ଇନ୍‌ଫେକ୍ସନ ହୋଇ ତାଙ୍କର ମୃତ୍ୟୁ ଘଟିଲା। ତାଙ୍କ ପରିବାର ଲୋକେ କୁହନ୍ତି, ପାର୍ଟିରେ ଚାଲିଥିବା ଭୋଜିରେ ସେ ଝିଟିପିଟି ଖାଇବାକୁ ସର୍ତ୍ତ ରଖିଥିଲେ। ଏହାକୁ ପୂରା କରିବାକୁ ଯାଇ ସେ ଝିଟିପିଟି ପରେ ଝିଟିପିଟି ଖାଇଚାଲିଲେ। ଡେବିଡ୍‌ଙ୍କ ବନ୍ଧୁ ଏଲିରା ବ୍ରିକ୍‌ନେଲ କୁହନ୍ତି, ମୃତ୍ୟୁ ସାର୍ଟିଫିକେଟ୍‌ରେ ଝିଟିପିଟି ଖାଇ ତାଙ୍କର ମୃତ୍ୟୁ ଘଟିଥିବା ମଧ୍ୟ ଲେଖାହୋଇଛି।

Share