Categories: ଜାତୀୟ

ସର୍ତ୍ତ ରଖି ଇସ୍ତଫା ପତ୍ର ପ୍ରତ୍ୟାହାର କଲେ କର୍ନାଟକ କଂଗ୍ରେସ ବିଧାୟକ

ବେଙ୍ଗାଲୁରୁ,୧୪।୭: କର୍ନାଟକର ମେଣ୍ଟ ସରକାର ଭାଙ୍ଗିବା ପରିସ୍ଥିତିରେ ପହଞ୍ଚିଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି। କାରଣ ଇସ୍ତଫା ଦେଇଥିବା କଂଗ୍ରେସ ବିଧାୟକ ତାଙ୍କ ଇସ୍ତଫା ପତ୍ର ପତ୍ୟାହାର କରିନେବା କଥା ଘୋଷଣା କରିଛନ୍ତି। ତେବେ ବିଧାୟକ ଏମ୍‌ଟିବି ନାଗରାଜ ଇସ୍ତଫା ପ୍ରତ୍ୟାହାର କରିବା ପୂର୍ବରୁ ଏକ ସର୍ତ୍ତ ରଖିଛନ୍ତି। ସେ କହିଛନ୍ତି, କଂଗ୍ରେସ ନେତା ସିଦ୍ଧରମେୟା ଓ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ତାଙ୍କୁ ଫୁସୁଲାଇ ଏଥିପାଇଁ ରାଜି କରିଛନ୍ତି ସତ। ହେଲେ ତାଙ୍କ ସହ କଂଗ୍ରେସ ବିଧାୟକ ସୁଧାକର ରାଓ ମଧ୍ୟ ଇସ୍ତଫା ଦିଅନ୍ତୁ ବୋଲି ସେ ସର୍ତ୍ତ ରଖିଛନ୍ତି। ତେବେ ନାଗରାଜଙ୍କ ଏହି ନିଷ୍ପତ୍ତି ପରେ କୁମାରସ୍ବାମୀ ସାମାନ୍ୟ ଖୁସି ହୋଇଥିବା ବେଳେ କହିଛନ୍ତି କେବଳ ନାଗରାଜ ନୁହେଁ ଇସ୍ତଫା ଦେଇଥିବା ସମସ୍ତ ବିଧାୟକମାନେ ପୁଣି ଥରେ ସରକାରଙ୍କୁ ଫେରିବେ ବୋଲି ତାଙ୍କର ବିଶ୍ୱାସ ରହିଛି।

Share