ସର୍ପାଘାତରେ ଯୁବକଙ୍କ ଜୀବନ ଗଲା

ଆନନ୍ଦପୁର,୧୧।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧୀନ ଛତ୍ରକଣା ଗ୍ରାମର ଜଣେ ଯୁବକଙ୍କର ସର୍ପାଘାତରେ ମୃତ୍ୟୁ ଘଟିଛି। ସେ ହେଲେ ମୁନା ନାୟକ। ମୁନା ସାଇକେଲରେ ଯାଉଥିବା ସମୟରେ ଖଡିପାଳ ପୋଲ ନିକଟରେ କୌଣସି କାରଣରୁ ଓହ୍ଲାଇ ଥିଲେ। ସେହି ସମୟରେ ଏକ ବିଷଧର ସାପ ତାଙ୍କୁ କାମୁଡି ଦେଇଥିଲା। ସ୍ଥାନୀୟ କିଛି ଲୋକ ମୁନାଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।