ସର୍ପ ଦଂଶନରେ ବୃଦ୍ଧାଙ୍କ ମୃତ୍ୟୁ

ପାଟଣା,୨।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଟାଙ୍ଗରପଡ଼ା ପଞ୍ଚାୟତ ଅଙ୍କୁରା ଗ୍ରାମର ଜଣେ ବୃଦ୍ଧାଙ୍କର ସର୍ପ ଦଂଶନରେ ମଙ୍ଗଳବାର ସକାଳେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସେ ହେଲେ ସ୍ବର୍ଗତ ନିଶାକର ପାତ୍ରଙ୍କ ସ୍ତ୍ରୀ କୋଇଲି ପାତ୍ର।
ସୂଚନାନୁଯାୟୀ, କୋଇଲି ସୋମବାର ରାତିରେ ଶୋଇଥିବାବେଳେ ତାଙ୍କ ବାମ ହାତ ପାପୁଲିକୁ ଏକ ଚିତ୍ତି ସାପ କାମୁଡ଼ି ଦେଇଥିଲା। ସଙ୍ଗେ ସଙ୍ଗେ ତାଙ୍କୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏ ନେଇ ପାଟଣା ଥାନାରେ ନଂ. ୧୫/୧୯ରେ ଏକ ମାମଲା ରୁଜୁ କରାଯାଇଛି। ପାଟଣା ସ୍ବାସ୍ଥ୍ୟକେନ୍ଦ୍ରରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।