Advertisement

ସର୍ପ ଦଂଶନରେ ଯୁବକଙ୍କ ଗଲା ଜୀବନ

ପାଟଣା,୩୦।୫ (ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଦମାହୁଦା ପଞ୍ଚାୟତ ଜାହିରା ସାହିରେ ସାପ କାମୁଡିଥିବା ଯୁବକଙ୍କ ବୁଧବାର ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି ଖଗେଶ୍ୱର ବିରୁଆ(୨୨)। ସୂଚନାଯୋଗ୍ୟ, ମଙ୍ଗଳବାର ବିଳମ୍ବିତ ରାତିରେ ଖଗେଶ୍ୱର ଘରେ ଶୋଇଥିବାବେଳେ ତାଙ୍କୁ ସାପ କାମୁଡିଥିଲା। ସଙ୍ଗେ ସଙ୍ଗେ ପରିବାର ଲୋକେ ତାଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ହେଲେ ବୁଧବାର ଚିକିତ୍ସିତ ଅବସ୍ଥାରେ ଖଗେଶ୍ୱରଙ୍କ ମୃତ୍ୟୁ ହୋଇଛି। ଖବରପାଇ ସାହାରପଡା ଫାଣ୍ଡି ଅଧିକାରୀ ପାଟଣା ଥାନାରେ ୧୩/୧୯ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share