Categories: ଖେଳ

ସର୍ଫରାଜଙ୍କୁ ପିସିବି ମୁଖ୍ୟଙ୍କ ଫୋନ

ଲଣ୍ଡନ,୧୯ା୬: ଭାରତୀୟ ଦଳଠାରୁ ବିଶ୍ୱକପ୍‌ରେ କ୍ରମାଗତ ୭ମ ପରାଜୟ ପରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଅଧ୍ୟକ୍ଷ ଇଶାନ ମାନି ଦଳୀୟ ଅଧିନାୟକ ସର୍ଫରାଜ ଅହମ୍ମଦଙ୍କୁ ଫୋନ କରିଥିଲେ। ପୂରା ଦେଶ ପାକିସ୍ତାନ ଦଳ ସହ ଛିଡ଼ା ହୋଇଥିବା ଆଶ୍ୱାସନା ଦେଇଛନ୍ତି ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ଆଗାମୀ ମ୍ୟାଚ୍‌ଗୁଡ଼ିକରେ ଦଳର ଉନ୍ନତ ପ୍ରଦର୍ଶନ ଆଶା କରୁଛୁ। ଭିତ୍ତିହୀନ ଖବର ପ୍ରତି ଧ୍ୟାନ ଦେବା ଦରକାର ନାହିଁ। ଧୈର୍ଯ୍ୟ ହରା ନ ହୋଇ ଦଳୀୟ ପ୍ରଦର୍ଶନକୁ କେଉଁଭଳି ଉନ୍ନତର କରାଯାଇପାରିବ, ତାହା ଚିନ୍ତା କରନ୍ତୁ ବୋଲି ପିସିବି ସଭାପତି ଫୋନ ଯୋଗେ ସର୍ଫରାଜଙ୍କୁ କହିଛନ୍ତି। ଉଲ୍ଲେଖଥାଉ କି, ଭାରତୀୟ ଦଳଠାରୁ ବୃହତ୍‌ ପରାଜୟ ବରଣ କରିବା ପରେ ପାକିସ୍ତାନ ଅଧିନାୟକ ଦଳୀୟ ଖେଳାଳିଙ୍କୁ ଚେତାବନୀ ଦେଇଥିଲେ। ଯଦି କେହି ଘରକୁ ଯିବା କଥା ଚିନ୍ତା କରୁଛ, ଏହା ସବୁଠୁ ବଡ଼ ବୋକାମୀ। ଯଦି ଭଗବାନ କିଛି ଦୁର୍ଭାଗ୍ୟପୂର୍ଣ୍ଣ କରନ୍ତି, ମୁଁ ଏକା ଘରକୁ ଯିବି ନାହିଁ ବୋଲି ସର୍ଫରାଜ ଖେଳାଳିଙ୍କୁ କହିଥିଲେ।

Share