ନୂଆଦିଲ୍ଲୀ,୯।୪: କରୋନା ଭାଇରସ ପ୍ରଭାବରେ ଦେଶର ଆର୍ଥତ୍କ କାର୍ଯ୍ୟକଳାପ ଏବେ ଠପ୍ ହୋଇଯାଇଛି। ଏଭଳି ସ୍ଥିତିରେ ବୁଧବାର ଡଲାର ତୁଳନାରେ ଟଙ୍କା ମୂଲ୍ୟ ସର୍ବକାଳୀନ ନିମ୍ନ ସ୍ତରକୁ ଖସିଛି। ବୁଧବାର ଡଲାର ତୁଳନାରେ ଟଙ୍କା ମୂଲ୍ୟ ୭୦ ପଇସା ଖସିବା ଯୋଗୁ ୭୬.୩୪ ସ୍ତରରେ ରହିଛି। ବ୍ରେଣ୍ଟ ଅଶୋଧିତ ତୈଳ ମୂଲ୍ୟ ବଢିବା ଯୋଗୁ ଆମେରିକା ଡଲାର ଇଣ୍ଡେକ୍ସ ମଜଭୁତ ହୋଇଛି। ଇଣ୍ଟର ବ୍ୟାଙ୍କ ଫରେକ୍ସ ଏକ୍ସଚେଞ୍ଜ ମାର୍କେଟରେ ଟଙ୍କା ୭୫.୮୩ ସ୍ତରରୁ କାରବାର ଆରମ୍ଭ କରିଥିଲା। ଏହା ପରେ ଟଙ୍କା ମୂଲ୍ୟରେ ହ୍ରାସ ଧାରା ଜାରି ରହିଥିଲା। କାରବାର ଶେଷ ବେଳକୁ ଟଙ୍କା ୭୦ ପଇସା ଖସିବା ସହ ଡଲାର ତୁଳନାରେ ୭୬.୩୪ ସ୍ତରରେ ରହିଛି। ମଙ୍ଗଳବାର ଡଲାର ତୁଳନାରେ ଟଙ୍କା ମୂଲ୍ୟ ୭୫.୬୪ ସ୍ତରରେ ରହିଥିଲା।