ମୁମ୍ବାଇ,୨।୯:ଭାରତର ସବୁ ସ୍ଥାନରେ ଗଣେଶ ପୂଜା ଖୁବ ଧୁମଧାମରେ ପାଳନ କରାଯାଇଥାଏ। କିନ୍ତୁ ମହାରାଷ୍ଟ୍ରର ଗଣେଶ ପୂଜା ସାରା ବିଶରେ ପ୍ରସିଦ୍ଧ। ମହାରାଷ୍ଟ୍ରର ସବଠୁ ଆକର୍ଷଣୀୟ ହେଉଛି ‘ଲାଲବାଗ୍ ଚା ରାଜା’। ଏଠାରେ ଚଳିତବର୍ଷ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ୫ ଘଣ୍ଟାରେ ୫ରୁ୬ଲକ୍ଷ ଭକ୍ତ ଲାଲ୍ବାଗ୍ ରାଜାଙ୍କୁ ଦର୍ଶନ କରିଛନ୍ତି। ଏହା ଏକ ସର୍ବକାଳୀନ ରେକର୍ଡ ବୋଲି କୁହାଯାଉଛି। ଏଠାରେ ୧୦ ଦିନ ଧରି ଗଣେଶ ପୂଜା ପାଳନ କରାଯାଉଥିବାରୁ ଆହୁରି ଭିଡ ହେବାର ସମ୍ଭାବନା ରହିଛି। ପରିବେଶକୁ ଦୃଷ୍ଟିରେ ରଖି ଏଥର ମୁମ୍ବାଇରେ କିଛି ପୂଜା କମିଟି ଇକୋ ଫ୍ରେଣ୍ଡଲି ମୂର୍ତ୍ତି ନିର୍ମାଣ କରିଛନ୍ତି। ପ୍ଲାଷ୍ଟର୍ ଅଫ ପ୍ୟାରିସ, ବହୁତଗୁଡିଏ ରଙ୍ଗ ଓ ହାନିକାରକ ରସାୟନଯୁକ୍ତକୁ ନ ବ୍ୟବହାର କରି ସେମାନେ ମୂର୍ତ୍ତି ତିଆରି କରିଛନ୍ତି।
ସୂଚନାଯୋଗ୍ୟ, ଗତ ବର୍ଷ ଗଣେଷ ପୂଜା ବିସର୍ଜନର ୭ ଦିନ ପରେ ସମୁଦ୍ର କୂଳରେ ବହୁତଗୁ ମାଛ, କଇଁଚ ଓ ସାପ ମରି ପଡିଥିବାର ଦେଖିବାକୁ ମିଳିଥିଲା। ପ୍ଲାଷ୍ଟର୍ ଅଫ ପ୍ୟାରିସରେ ଥିବା ବିଷାକ୍ତ ରସାୟନ ଏହାର କାରଣ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି।