ସର୍ବକ୍ଷମା ଅବଧି ୬ ମାସ ବୃଦ୍ଧି ଲାଗି ବିଧାନସଭାରେ କଂଗ୍ରେସର ଦାବି

ଭୁବନେଶ୍ୱର,୨୦।୨(ବ୍ୟୁରୋ): ରାଜଧାନୀରେ ବେଆଇନ ଭାବେ ବହୁ ଅଟ୍ଟାଳିକା ଗଢ଼ି ଉଠୁଛି। ସେଗୁଡ଼ିକୁ ରେଗୁଲାରାଇଜ୍‌ କରିବା ଲାଗି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସର୍ବକ୍ଷମା ଯୋଜନା ଆରମ୍ଭ କରାଯାଇଛି। ଏହି ଯୋଜନାର ଅବଧି ଫେବୃୟାରୀ ୨୦ ତାରିଖରେ ଶେଷ ହେଉଛି। ଜନସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଏହାର ଅବଧିକୁ ଆଉ ୬ ମାସ ବୃଦ୍ଧି କରିବାକୁ ଦାବି ହୋଇଛି।

ଗୁରୁବାର ବିଧାନସଭା ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ, କେବଳ ଭୁବନେଶ୍ୱରରେ ୩ ଲକ୍ଷରୁ ଊର୍ଦ୍ଧ୍ୱ ବେଆଇନ ଘର ରହିଛି। ଏହି ଯୋଜନା ଜରିଆରେ ଲୋକମାନେ ଆବେଦନ କରୁଛନ୍ତି। ଏପର୍ଯ୍ୟନ୍ତ ୧୦ହଜାର ଆବେଦନ ହୋଇଛି। ଏହାର ଅବଧିକୁ ବଢ଼ାଇବା ଲାଗି ସେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

Share