Advertisement
Categories: ଜାତୀୟ

ସର୍ବଦଳୀୟ ବୈଠକରେ ସରକାରଙ୍କୁ ମିଳିଲା ସମର୍ଥନ: କଂଗ୍ରେସ ରଖିଲା କିଛି ପ୍ରଶ୍ନ

ନୂଆଦିଲ୍ଲୀ,୧୯।୬: ଭାରତ-ଚାଇନା ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଏକ ସର୍ବଦଳୀୟ ବୈଠକ ଆୟୋଜିତ ହୋଇଛି। ଏଥିରେ ପ୍ରାୟ ୨୦ଟି ଦଳ ଭାଗ ନେଇଥିବା ବେଳେ ଅଧିକାଂଶ ଦଳ ସରକାରଙ୍କୁ ସମର୍ଥନ କରିଥିଲେ। ଏଥିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କୁ ସମର୍ଥନ କରିଥିବା ବେଳେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କିନ୍ତୁ କିଛି ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ ବହୁ ପୂର୍ବର ଏହି ବୈଠକର ଆୟୋଜନ କରିବାର ଥିଲା। ତେବେ ଚାଇନା ସେନା କେବେ ଅନୁପ୍ରବେଶ କଲେ, ସରକାର କେବେ ଏ ସମ୍ପର୍କରେ ଜାଣିବାକୁ ପାଇଲେ ବୋଲି ସେ ପ୍ରଶ୍ନ କରିଥିଲେ। ଏ ସମ୍ପର୍କରେ ସରକାରଙ୍କୁ କ’ଣ ସାଟେଲାଇଟ ଚିତ୍ର ମିଳି ନ ଥିଲା ବୋଲି ସେ ପଶ୍ନ କରିଛନ୍ତି। ଆହୁରି ମଧ୍ୟ ଗୁଇନ୍ଦା ବିଭାଗ ଏ ସମ୍ପର୍କରେ କିଛି ସୂଚନା ଦେଇ ନ ଥିଲେ କେମିତି ବୋଲି ସୋନିଆ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share