Categories: ଜାତୀୟ

ସର୍ବଦଳୀୟ ବୈଠକ ଡାକିବାକୁ କଂଗ୍ରେସର ପରାମର୍ଶ

ନୂଆଦିଲ୍ଲୀ,୧୭।୩(ଆଇଏଏନ୍‌ଏସ୍‌): କରୋନା ସ୍ଥିତିକୁ ନେଇ କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡାକିବାକୁ ସୋମବାର କଂଗ୍ରେସ ପରାମର୍ଶ ଦେଇଛି। ପାର୍ଲାମେଣ୍ଟ ଅଧିବେଶନକୁ ମୁଲତବୀ ରଖାଯିବ କିମ୍ବା ଏହା ଆଂଶିକ ଭାବେ କାର୍ଯ୍ୟ କରିବ ସେ ନେଇ ବୈଠକରେ ନିଷ୍ପତ୍ତି ନେବାକୁ କଂଗ୍ରେସ ନେତା ଅଭିଷେକ ମନୁ ସିଙ୍ଘ୍‌ଭି କହିଛନ୍ତି। ଭାଜପା କରୋନା ସ୍ଥିତି ଅପେକ୍ଷା ମଧ୍ୟପ୍ରଦେଶ ଓ ଗୁଜରାଟରେ ଘୋଡ଼ାବେପାରକୁ ଅଧିକ ପ୍ରାଧାନ୍ୟ ଦେଉଥିବା ସେ ଅଭିଯୋଗ କରିଥିଲେ। ରାଜ୍ୟଗୁଡ଼ିକ କରୋନା ସଂକ୍ରମଣ ରୋକିବା ଦିଗରେ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନ୍‌ଫରେନ୍ସ କରିବାକୁ ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ ପ୍ରସ୍ତାବ ଦେଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀମାନଙ୍କ ସହ କେନ୍ଦ୍ର ସରକାର ପ୍ରତିକାର ବ୍ୟବସ୍ଥା ନେଇ ଆଲୋଚନା କରିବା ଆବଶ୍ୟକ ବୋଲି କଂଗ୍ରେସ ନେତା କପିଲ ଶିବଲ କହିଛନ୍ତି।

Share