Categories: ଖେଳ

ସର୍ବନିମ୍ନ ସ୍କୋରରେ ଅଲଆଉଟ୍‌ ହେଲା ଆମେରିକା

କିର୍ଟିପୁର(ନେପାଳ),୧୨।୨- ଆମେରିକା କ୍ରିକେଟ ଦଳ ବୁଧବାର ଏକ ଲଜ୍ଜାଜନକ ରେକର୍ଡର ଅଧିକାରୀ ହୋଇଛି। ଦଳ ଦିନିକିଆ ଇତିହାସର ଯୁଗ୍ମ ସର୍ବନିମ୍ନ ସ୍କୋରରେ ଅଲଆଉଟ୍‌ ହୋଇଯାଇଛି। ଏଠାରେ ଚାଲିଥିବା ଆଇସିସି ପୁରୁଷ କ୍ରିକେଟ ବିଶ୍ୱକପ୍‌ ଲିଗ୍‌ ଦ୍ୱିତୀୟ ପର୍ଯ୍ୟାୟରେ ନେପାଳ ବିପକ୍ଷ ମ୍ୟାଚ୍‌ରେ ଆମେରିକା ୩୫ ରନ୍‌ରେ ସୀମିତ ରହିଛି। ପୂରା ଦଳ ମାତ୍ର ୧୨ ଓଭର ଖେଳିବାକୁ ସକ୍ଷମ ହୋଇଥିଲା। ଓପନର ଜାଭିୟର ମାର୍ଶଲ ୧୬ ରନ୍‌ ସହ ସର୍ବାଧିକ ସ୍କୋରର ଥିଲେ। ଅନ୍ୟ ୯ ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ସ୍କୋର ଛୁଇଁ ପାରି ନ ଥିଲେ। ଏଥିରେ ୪ ବ୍ୟାଟ୍ସମ୍ୟାନ ଅଛନ୍ତି, ଯେଉଁମାନେ ଖାତା ଖୋଲିପାରି ନ ଥିଲେ। ଆଇପିଏଲରେ ଖେଳିସାରିଥିବା ନେପାଳ ସ୍ପିନର ସନ୍ଦୀପ ଲାମିଚାନେ ୬ ଓଭରରେ ୧୬ ବ୍ୟୟରେ ୬ ଉଇକେଟ ନେଇଥିଲେ। ବଳକା ୪ ଉଇକେଟ ହାତେଇଥିଲେ ସୁଶାନ ଭରି। ପୂର୍ବରୁ ଜିମ୍ବାଓ୍ବେ ଦଳ ୨୦୦୪ରେ ଶ୍ରୀଲଙ୍କା ବିପକ୍ଷରେ ୩୫ ରନ୍‌ରେ ହିଁ ଅଲଆଉଟ୍‌ ହୋଇଯାଇଥିଲା।

Share