Categories: ବାଣିଜ୍ୟ

ସର୍ବନିମ୍ନ ସ୍ତରରେ ପହଞ୍ଚିଲା ଅଶୋଧିତ ତୈଳ

ମୁମ୍ବାଇ,୨୧।୪: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ୨୧ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। କରୋନା ମହାମାରୀ ଯୋଗୁ ଚାହିଦା ଖସିବା, ଆମେରିକାର ଷ୍ଟୋରେଜରେ ବୃଦ୍ଧି ଏବଂ କମ୍ପାନୀଗୁଡିକର ସ୍ଥିତି ଖରାପ ହେବା ଆଶଙ୍କାରେ ବଜାରରେ ଏଭଳି ପରିବର୍ତ୍ତନ ଦେଖାଯାଇଛି। ଏହି ସମୟରେ ବ୍ରେଣ୍ଟ କ୍ରୁଡ୍‌ ମୂଲ୍ୟ ୨.୬% ଖସିଛି। ଏହାର ବ୍ୟାରେଲ ପିଛା ମୂଲ୍ୟ ୨୭.୩୫ ଡଲାର ରହିଛି। ସେହିଭଳି ଡବ୍ଲ୍ୟୁଟିଆଇରେ ୧୯.୩% ହ୍ରାସ ହେବା ସହ ଏହା ୧୪.୭୪ ପ୍ରତି ଡଲାର ରହିଛି। ସୋମବାର କାରବା ବେଳେ ଡବ୍ଲ୍ୟୁଟିଆଇରେ ୨୧% ହ୍ରାସ ଘଟିଥିବା ଦେଖାଯାଇଥିଲା। ଫଳରେ ଏହା ୧୪.୪୭ ଡଲାରକୁ ଖସିଥିଲା, ଯାହା ୧୯୯୯ ପରଠାରୁ ସବୁଠୁ ସର୍ବନିମ୍ନ ସ୍ତର। ଉତ୍ପାଦନ ବୃଦ୍ଧି ଯୋଗୁ ତେଲ ଭଣ୍ଡାରଗୁଡିକ ଏବେ ପୂର୍ଣ୍ଣ ରହୁଛି। ଚାହିଦା ଖସିବାରୁ ଏହାର ମୂଲ୍ୟ ମଧ୍ୟ ପ୍ରଭାବିତ ରହିଛି। କରୋନା ଯୋଗୁ ଆମେରିକା ସମେତ ଅନ୍ୟ ଦେଶଗୁଡିକର ସ୍ଥିତି ଏବେ ବିଗିଡିଛି। ଏନର୍ଜି ସେକ୍ଟର ଏହା ଦ୍ୱାରା ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି। ଫ୍ୟାକ୍ଟ୍ରି କାର୍ଯ୍ୟକଳାପ ଏବଂ ବିମାନ ଚଳାଚଳ କ୍ଷେତ୍ର ଏବେ ପ୍ରଭାବିତ ରହିଛି। ଫଳରେ ତୈଳ ଚାହିଦା ମଧ୍ୟ ଖସିଛି।

Share