Categories: ଜାତୀୟ

ସର୍ବଭାରତୀୟ ନିଯୁକ୍ତି ବିଜ୍ଞପ୍ତି ପ୍ରତ୍ୟାହାର କଲେ ଜମ୍ମୁ-କଶ୍ମୀର ହାଇକୋର୍ଟ

ଜମ୍ମୁ,୨ା୧(ପି.ଟି.): ଜମ୍ମୁ-କଶ୍ମୀର ଓ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ବିଭିନ୍ନ ଅଦାଲତରେ ୩୩ ଅଣଗେଜେଟେଡ୍‌ କର୍ମଚାରୀ ନିଯୁକ୍ତି ଲାଗି ହାଇକୋର୍ଟ ସର୍ବଭାରତୀୟ ସ୍ତରରୁ ପ୍ରାର୍ଥୀ ଆହ୍ବାନ କରି ବିଜ୍ଞପ୍ତି ପ୍ରକାଶ କରିଥିଲେ। ଗତବର୍ଷ ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଏହା ଥିଲା ପ୍ରଥମ ସର୍ବଭାରତୀୟ ସ୍ତରର ନିଯୁକ୍ତି ବିଜ୍ଞାପନ। ତେବେ ଏହାକୁ ଜୋରଦାର ବିରୋଧ କରାଯିବା ପରେ ହାଇକୋର୍ଟ ବିଜ୍ଞପ୍ତିକୁ ପ୍ରତ୍ୟାହାର କରିନେଇଛନ୍ତି। ଡିସେମ୍ବର ୨୬ରେ ଜମ୍ମୁ-କଶ୍ମୀର ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ ସଞ୍ଜୟ ଧର୍‌ ଏହି ବିଜ୍ଞପ୍ତି ପ୍ରକାଶ କରିଥିଲେ। ଆବେଦନପତ୍ର ଦାଖଲର ଶେଷ ତାରିଖ ଜାନୁୟାରୀ ୩୧ ରଖାଯାଇଥିଲା। ଏହି ବିଜ୍ଞାପନକୁ ହଟାଇ ନିଆଗଲା ବୋଲି ଧର୍‌ ସାନି ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି।

Share