Categories: ଖେଳ

ସର୍ବଭାରତୀୟ ପୋଲିସ ହକି ଉଦ୍‌ଘାଟିତ

ଭୁବନେଶ୍ୱର,୧୭ା୧୨(ବ୍ୟୁରୋ):
କଲିଙ୍ଗ ଷ୍ଟାଡିୟମ୍‌ରେ ସୋମବାରଠାରୁ ଆରମ୍ଭ ହୋଇଛି ୬୮ ତମ ସର୍ବଭାରତୀୟ ପୋଲିସ ହକି ପ୍ରତିଯୋଗିତା। ପୋଲିସ ଡିଜି ଅଭୟ ସପ୍ତମ ବାଟାଲିୟନରେ ଏହାକୁ ଉଦ୍‌ଘାଟନ କରିଛନ୍ତି। ପ୍ରଥମ ଦିନରେ ୪ଟି ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ପ୍ରଥମ ମ୍ୟାଚ୍‌ରେ ସଶସ୍ତ୍ର ସୀମାବଳ ୧୦-୦ ଗୋଲରେ ଗୁଜରାଟ ପୋଲିସକୁ ପରାସ୍ତ କରିଛି। ଦ୍ୱିତୀୟ ମ୍ୟାଚରେ ଛତିଶଗଡ଼ ପୋଲିସ ୪-୨ ଗୋଲରେ ମଧ୍ୟପ୍ରଦେଶ ପୋଲିସକୁ, ତୃତୀୟ ମ୍ୟାଚରେ ତାମିଲନାଡୁ ପୋଲିସ ୩-୨ଗୋଲରେ ମଣିପୁର ପୋଲିସ ଏବଂ ୪ର୍ଥ ମ୍ୟାଚରେ ଉତ୍ତରାଖଣ୍ଡ ପୋଲିସ ୬-୦ଗୋଲରେ ରାଜସ୍ଥାନ ପୋଲିସ ଦଳକୁ ପରାସ୍ତ କରିଛି। ଗୁଇନ୍ଦା ବିଭାଗର ସ୍ବତନ୍ତ୍ର ଡିଜି ଡା.ସତ୍ୟଜିତ ମହାନ୍ତି ଓ ପୋଲିସ କମିଶନର ଡା.ସୁଧାଂଶୁ ଷଢଙ୍ଗୀ ଅତିଥି ଭାବେ ଯୋଗଦେଇ ମ୍ୟାଚର ଶୁଭାରମ୍ଭ କରିଥିଲେ।

Share