Advertisement

ସର୍ବଭାରତୀୟ ବହୁଭାଷୀ ନାଟକ ପ୍ରତିଯୋଗିତା: ସମ୍ବୋଧନ, ଗାନ୍ଧୀଛକ ନାଟକ ମଞ୍ଚସ୍ଥ

ଦେବଗଡ଼,୧୩ା୧(ଡି.ଏନ.ଏ.) ଦେବଗଡ ଟାଉନ ହଲ୍‌ଠାରେ ନାଟ୍ୟାନୁଷ୍ଠାନ ଜାଗରଣ ଆର୍ଟ ଇଣ୍ଟର୍‌ ନ୍ୟାଶନାଲ ପକ୍ଷରୁ ୧୭ତମ ସର୍ବ ଭାରତୀୟ ବହୁଭାଷୀ କ୍ଷୁଦ୍ର ନାଟକ ଓ ନୃତ୍ୟ ପ୍ରତିଯୋଗିତାର ରବିବାର ତୃତୀୟ ସନ୍ଧ୍ୟାରେ ୨ଟି ନାଟକ ମଞ୍ଚସ୍ଥ ହୋଇଥିଲା। ଅତିଥି ଭାବେ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଜୟ କୁମାର ମିଶ୍ର ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସଭାପତି ଅଶୋକ କୁମାର ନନ୍ଦ, ଉପସଭାପତି ପ୍ରକାଶ ଦେବତା, ସମ୍ପାଦକ ସୁଜିତ କୁମାର ପାତ୍ରଙ୍କ ସମେତ ଆୟୋଜକ କର୍ମକର୍ତ୍ତା ଉପସ୍ଥିତ ଥିଲେ। ସନ୍ଧ୍ୟାର ପ୍ରଥମ ନାଟକ ଭାବେ ଝାରଖଣ୍ଡର ଝାରଖଣ୍ଡ ସାଂସ୍କୃତିକ ମଞ୍ଚ ପକ୍ଷରୁ ନାଟ୍ୟକାର ସୁନୀଲ ରାଜଙ୍କ ରଚିତ ଓ ଶିବଲାଲ ସାଗରଙ୍କ ନିର୍ଦେଶିତ ହିନ୍ଦୀ ନାଟକ ‘ସମ୍ବୋଧନ’ମଞ୍ଚସ୍ଥ ହୋଇଥିଲା। କଳାକାରଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ବାନ୍ଦି ରଖିଥିଲା। ଦ୍ୱିତୀୟ ନାଟକ ପଦ୍ମପୁରର ‘ଲୁ’ଅନୁଷ୍ଠାନ ପକ୍ଷରୁ ଅଶୌକ ମିଶ୍ରଙ୍କ ରଚିତ ଓ କେଶ ରଞ୍ଜନ ପ୍ରଧାନଙ୍କ ନିର୍ଦ୍ଦେିଶିତ ସମ୍ବଲପୁରୀ ନାଟକ ‘ଗାନ୍ଧୀଛକ’ମଞ୍ଚସ୍ଥ ହୋଇଥିଲା। ଶୀତୁଆ ସନ୍ଧ୍ୟାରେ ଦର୍ଶକ ଏହାକୁ ମନଭରୀ ଉପଭୋଗ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel