ସର୍ବଭାରତୀୟ ଭଲିବଲ୍‌ ପ୍ରତିଯୋଗିତାରେ ଗଜପତିର ୨ ଛାତ୍ର

ପାରଳାଖେମୁଣ୍ଡି,୪ା୧(ସ୍ବ.ପ୍ର.)

ଗଜପତି ଜିଲା ଗୋଷାଣୀ ବ୍ଲକ୍‌ ଅଧୀନ ଗାରାବନ୍ଧସ୍ଥିତ ଭେଙ୍କେଟେଶ୍ୱର ହାଇସ୍କୁଲ୍‌ର ୨ଛାତ୍ର ସର୍ବଭାରତୀୟ କନିଷ୍ଠ ଭଲିବଲ୍‌ ପ୍ରତିଯୋଗିତା ପାଇଁ ମନୋନିତ ହୋଇଛନ୍ତି। ଉକ୍ତ ଦୁଇ ଛାତ୍ର ହେଲେ ଗାବ୍ରିଆଲ୍‌ ଶବର ଓ ଜଶବନ୍ତ ଶବର। ଜାନୁୟାରୀ ୧୦ରୁ୧୪ ପର୍ଯ୍ୟନ୍ତ ଆନ୍ଧ୍ର ପ୍ରଦେଶର ନାଲୋର୍‌ଠାରେ ଅନୁଷ୍ଠିତ ହେବାକୁଥିବା ଭଲିବଲ୍‌ ପ୍ରତିଯୋଗିତାରେ ଏହି ଦୁଇ ଛାତ୍ର ଅଂଶଗ୍ରହଣ କରିବେ। ଏଥିପାଇଁ ଭୁବନେଶ୍ୱର ଠାରେ ଅନୁଷ୍ଠିତ ତାଲିମ ଶିବିରରେ ଯୋଗଦେବା ପାଇଁ ଉଭୟ ଛାତ୍ର ଶୁକ୍ରବାର ଭୁବନେଶ୍ୱର ଗସ୍ତ କରିଛନ୍ତି। ଏହି ଅବସରରେ ଦୁଇ ଛାତ୍ରଙ୍କ ସଫଳତାପାଇଁ ଡିଇଓ ପ୍ରଦୀପ କୁମାର ନାଗ ଓ କ୍ରୀଡ଼ା ନିରୀକ୍ଷକ ଏସ୍‌.ଏଲ୍‌. ରାଓଙ୍କ ସମେତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବି. ତିରୁମଲା ରାଓ ପଟ୍ଟନାୟକ ଓ ଅନ୍ୟାନ୍ୟ ଶିକ୍ଷୟତ୍ରୀ, ଶିକ୍ଷକ ଶୁଭେଚ୍ଛା ଜଣାଇଛନ୍ତି। ପ୍ରକାଶଯୋଗ୍ୟ, ଉଭୟ ଛାତ୍ର ସ୍କୁଲ୍‌ର କ୍ରୀଡ଼ା ଶିକ୍ଷକ ଅଭିନ୍ନ ବାସୁଦେବ ମିଶ୍ରଙ୍କଠାରୁ ପ୍ରଶିକ୍ଷଣ ନେଇ ଆସଥିଲେ।

Share